ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଭଦ୍ରକ ସାଂସଦ ଅର୍ଜୁନ ସେଠୀ ଏବଂ ତାଙ୍କ ପୁଅ ଅଭିମନ୍ୟୁ ସେଠୀ। ଅର୍ଜୁନ ଆଜି ବିଜେଡିରୁ ଇସ୍ତଫା ଦେଇଥିଲୋ ତାଙ୍କୁ ଏବଂ ତାଙ୍କ ପୁଅ ଅଭିମନ୍ୟୁଙ୍କୁ ବିଜେଡି ଟିକେଟ ନଦେବାରୁ ସେ ଦଳ ବିରୋଧରେ ବିଷୋଦଗାର କରିଥିଲୋ

ଜନତା ଦଳ ଏବଂ ବିଜେଡି ଟିକେଟରୁ ଅର୍ଜୁନ ଭଦ୍ରକ ଲୋକସଭା ଆସନରୁ ୮ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲୋ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲୋ

୨୦୧୯ ନିର୍ବାଚନରେ ଅର୍ଜୁନ ନିଜ ପୁଅ ଅଭିମନ୍ୟୁଙ୍କ ପାଇଁ ଟିକେଟ ଲବି କରିଥିଲୋ ହେଲେ ଅଭିମନ୍ୟୁଙ୍କୁ ଟିକେଟ ନଦେଇ ବିଜେଡି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛିା

ଏଥିରେ ଅସନ୍ତୁଷ୍ଟ ହୋଇ ଅର୍ଜୁନ ଏବଂ ତାଙ୍କ ପୁଅ ଶଙ୍ଖ ଛାଡ଼ି ପଦ୍ମ ଶିବିରରେ ଯୋଗ ଦେଇଛନ୍ତିା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ଅର୍ଜୁନ ଏବଂ ତାଙ୍କ ପୁଆ

Comment