ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ଏବେ ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଛି ପ୍ରାର୍ଥିପତ୍ର ଦାଖଲା ନିକଟରେ ବିଜେଡି ତୃତୀୟ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ପ୍ରାର୍ଥୀମାନଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା।

ପ୍ରାର୍ଥୀମାନେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଟିକେଟ ନେଇ ନିଜ ଅଞ୍ଚଳକୁ ଯାଇଥିଲୋ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲେ ନୟାଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଅରୁଣ ସାହୁଙ୍କୁା

ଜଟଣୀ ପାଇଁ ପ୍ରାର୍ଥୀ ହୋଇଥିବା ବିଭୂତି ବଳବନ୍ତରାୟ, ବଡ଼ଚଣା ପାଇଁ ପ୍ରାର୍ଥୀ ହୋଇଥିବା ଅମରପ୍ରସାଦ ଶତପଥୀ, ବାଙ୍ଗିରିପୋଷି ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ଆଠଗଡ଼ ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଅନେକ ପ୍ରାର୍ଥୀଙ୍କୁା

ନବୀନ ନିବାସରୁ ଏହି ପ୍ରାର୍ଥୀମାନେ ପାର୍ଟି ଟିକେଟ ନେଇଥିଲୋ ହଳଦିଆ ଲଫାପା ଭିତରେ ଥିବା ଟିକେଟ ନେଇ ନିଜ ଅଞ୍ଚଳକୁ ଯାଇଥିଲୋ ଟିକେଟ ଧରି କିଛି ପ୍ରାର୍ଥୀ ମଧ୍ୟ ନବୀନ ନିବାସ ଗେଟ ଆଗରେ ଫଟୋ ପୋଜ୍ ଦେଇଥିଲୋ

ଏପ୍ରିଲ ୪ ତାରିଖ ଯାଏଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରାର୍ଥୀ। ୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୮ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛିା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛିା

ଆଉ କିଛି ବାକି ରହି ଯାଇଛିା ଆସନ୍ତା ଦିନେ ଦୁଇ ଦିନ ଭିତରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରୋ

Comment