ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ବିଜେଡି ଓ ବିଜେପି ମଧ୍ୟରେ ସିଧା ଲଢେଇ ହେବ। ପ୍ରାର୍ଥିପତ୍ର ଦାଖଲ ପକ୍ରିୟା ଶେଷ ହେବାକୁ ଆଉ ମାତ୍ର ୪ ଦିନ ଥିବା ବେଳେ କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବିଜେପି ଦେବଗଡ଼ ବିଧାୟକ ନୀତିଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରିଛିା

ବିଜେଡି ଓ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବଲପୁର ଜିଲ୍ଲା ବାହାରର ହୋଇଥିବାରୁ ଏବେ ସେମାନେ ଭୋଟରଙ୍କୁ ଭେଟୁଛନ୍ତିା ନଳିନୀ ଆସନ୍ତା ୪ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରୁଥିବା ବେଳେ ଦେବଗଡ଼ର ନୀତିଶ ଗଙ୍ଗଦେବ ଆସନ୍ତା ୩ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହା ପୂର୍ବରୁ ଉଭୟ ପ୍ରାର୍ଥୀ ଡୋର କ୍ୟାମ୍ପେନ ଆରମ୍ଭ କରିଛନ୍ତିା

ସମ୍ବଲପୁର ଜିଲ୍ଲାର ୪ଟି ବିଧାନସଭା ଆସନ ସମେତ ଦେବଗଡ, ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା ଅଞ୍ଚଳକୁ ନେଇ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ। ତେଣୁ ସମ୍ବଲପୁର ଜିଲ୍ଲା ବାହାର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ଏଣୁ ଗତ ୪ଟି ନିର୍ବାଚନରେ ସମ୍ବଲପୁର ଜିଲ୍ଲା ବାହାରର ପ୍ରାର୍ଥୀ ହିଁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।

ଗତ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ବିଜେଡିର ନଗେନ୍ଦ୍ର ପ୍ରଧାନ, ବିଜେପିର ସୁରେଶ ପୂଜାରୀଙ୍କୁ ୪୦ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ। ହେଲେ ଏଥର ବିଜେଡି ନଗେନ୍ଦ୍ରଙ୍କ ସ୍ଥାନରେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।

ଚାକିରିରେ ଥିବା ବେଳେ ହିଁ ନଳିନୀ ବାବୁ ରାଜନୀତି ପାଇଁ ନିଜ କ୍ଷେତ୍ର ପ୍ରସ୍ତୁତ କରି ସାରିଥିଲୋ ଏଣୁ ଆସନ୍ତା ନିର୍ବାଚନ ତାଙ୍କ ପାଇଁ ସେତେଟା କଷ୍ଟସାଧ୍ୟ ହେବ ନାହିଁ ବୋଲି କହିଛନ୍ତି। ହେଲେ ପୂର୍ତ୍ତ ବିଭାଗରେ ଥିବା ବେଳେ ନଳିନୀଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ବିରୋଧି ଅସ୍ତ୍ର କରିବା ନେଇ ଚର୍ଚ୍ଚା ହେଉଛିା

ଚାକିରିରେ ଥିବା ବେଳେ ସମ୍ବଲପୁର ଜିଲ୍ଲା ସମେତ ଆଠମଲ୍ଲିକ, ଛେଣ୍ଡିପଦା ଓ ଦେବଗଡ଼ରେ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ନଳିନୀଙ୍କୁ ଦେଖିବାକୁ ମିଳୁଥିଲା। ଦେବଗଡ଼ର ବିଜେପି ବିଧାୟକ ଥିବା ନୀତିଶ ଗଙ୍ଗଦେବଙ୍କୁ ଏଥର ବିଜେପି ସୁରେଶ ପୂଜାରୀଙ୍କ ସ୍ଥାନରେ ଟିକେଟ ଦେଇଛି।

ସମ୍ବଲପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ନୂଆ ମୁହଁ ଥିବା ନୀତିଶ ଗଙ୍ଗଦେବ ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ସହ ବୁଲି ଲୋକ ସମ୍ପର୍କ ବୃଦ୍ଧି କରିବାରେ ଲାଗିଛନ୍ତି।

ଭୋଟ ଗ୍ରହଣକୁ ଆଉମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ନୀତିଶ ଗଙ୍ଗଦେବ ଲୋକ ସମ୍ପର୍କରୁ କେତେ ଫାଇଦା ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ସମ୍ବଲପୁର ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିପାରି ନାହିଁ। ପୂର୍ବରୁ ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁଙ୍କୁ ଦଳ ଟିକେଟ ଦେଇଥିବା ବେଳେ ଏବେ ତାହା ପୁଣି ପରିବର୍ତ୍ତନ ହେବା ଆଶଙ୍କା ସୃଷ୍ଟି ହୋଇଛି।

ସେପେଟେ ନିକଟରେ କଂଗ୍ରେସରେ ଯୋଗଦେଇଥିବା ଭୀମ୍‌ସାରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଦଳ ସମ୍ବଲପୁର ଲୋକସଭା ଆସନ ପାଇଁ ଟିକେଟ ଦେଉଥିବା ପ୍ରଚାର ହେଉଛି।

Comment