ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବେ ସେ ନେଇ ରାଜନୈତିକ ବାତାବରଣ ସରଗରମ ହୋଇପଡ଼ିଛି।

ଶାସକ ବିଜେଡି, ବଜେପି ଓ କଂଗ୍ରେସ ପକ୍ଷରୁ ଟିକେଟ ପାଇଁ ଲବି ଜୋରଦାର ହେବାରେ ଲାଗିଛି। ଯାହାର ଜିତିବାର ସମ୍ଭାବନା ଥିବ ତାଙ୍କୁ ହିଁ ଟିକେଟ ମିଳିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣା କରିବା ପରେ ବିଜେଡିର ବର୍ତ୍ତମାନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅନ୍ୟମାନଙ୍କ ତୁଳନାରେ ଆଗରେ ଅଛନ୍ତି।

ଏହାର କାରଣ ହେଲା ସେ ଗତ ପାଞ୍ଚ ବର୍ଷରେ ବେଶ୍ ଭଲ କାମ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ବ୍ୟତୀତ ପ୍ରିୟଦର୍ଶୀ ଜଣେ ଲୋକପ୍ରିୟ ବିଧାୟକ ଭାବେ ନିଜକୁ ପ୍ରତିଷ୍ଠା କରି ପାରିଛନ୍ତି। ଯିଏ ଯେତେବେଳେ ଚାହିଁଲା ସେ ତାଙ୍କୁ ଦେଖା କରିପାରିବା ଭଳି ଲୋକ ସମ୍ପର୍କ ସେ ରଖି ଆସିଛନ୍ତି।

୨୦୧୪ ନିର୍ବାଚନରେ ସେ ବିଜେପିର ଦିଲୀପ ମହାନ୍ତିଙ୍କୁ ପ୍ରାୟ ୫୦ ହଜାର ଭୋଟରେ ହରାଇଥିଲେ। କଂଗ୍ରେସ ଏଠି ତିନି ନମ୍ବର ସ୍ଥାନରେ ରହିଥିଲା। କଂଗ୍ରେସ ପ୍ରାର୍ଥୀ ମନୋରଞ୍ଜନ ଦାସ ମାତ୍ର ୮ହଜାର ଭୋଟ ପାଇଥିଲେ।

ଭୁବନେଶ୍ୱର-ଉତ୍ତରରୁ ପ୍ରାର୍ଥୀ ହେବା ପାଇଁ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଇଛୁକ ଥିଲେ। ହେଲେ ତାଙ୍କୁ ବିଡିଏ ଅଧ୍ୟକ୍ଷ କରାଯିବା ପରେ ସେ ମୈଦାନରୁ ହଟି ଯାଇଛନ୍ତି। ଏଣୁ ପ୍ରିୟଦର୍ଶୀଙ୍କ ବିକଳ୍ପ କେହି ଆଖିରେ ପଡୁନାହାନ୍ତି। ଏହାର ଅର୍ଥ ସେ ଏଥର ବି ଟିକେଟ ପାଇବା ନିଶ୍ଚିତ।

ବିଜେଡି ପ୍ରାର୍ଥୀ ପ୍ରସଙ୍ଗ ମୋଟାମୋଟି ସ୍ଥିର ହୋଇ ସାରିଥିବା ବେଳେ ଅନ୍ୟ ଦୁଇ ଦଳରେ ପ୍ରାର୍ଥୀ ନେଇ ସମସ୍ୟା ସୃଷ୍ଟି ହୋଇଛି।

ସେହିଭଳି କଂଗ୍ରେସ ପକ୍ଷରୁ ଛାତ୍ର ନେତା ଇତିଶ ପ୍ରଧାନ ଏହି ଆସନରୁ ପ୍ରାର୍ଥୀ ଭାବେ ଠିଆ ହେବା ପାଇଁ ଭୀଷଣ ଲବି ଚଳାଇଛନ୍ତି। କିନ୍ତୁ ତାଙ୍କର ଆଉ ଜଣେ ବିରୋଧୀ ସାମ୍ନାକୁ ଆସିଛନ୍ତି। ସେ ହେଲେ ଅଭିଳାଷ ମଣିଆ।

ଏହି ଭଳି ଛକାପଞ୍ଝା ଭିତରେ ପ୍ରାର୍ଥୀମାନେ ଚାଲିଛନ୍ତି। କହି ରଖୁ ଯେ ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ୨୮ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହେବ। ଏପ୍ରିଲ ୨୩ ତାରିଖରେ ଏଠି ଭୋଟ ଗ୍ରହଣ କରାଯିବ।

Comment