ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ଛାଡ଼ିଛନ୍ତି ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି। ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ର ସେ ଦଳର ସଭାପତିଙ୍କୁ ପାଖକୁ ପଠାଇଛନ୍ତି।

ବ୍ୟକ୍ତିଗତ କାରଣରୁ ସେ ଦଳ ଛାଡ଼ୁଥିବା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଗତକାଲି ରଘୁ ମହାନ୍ତି ଉଠା ଜଳସେଚନ ପ୍ରକଳ୍ପର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

ତେବେ ବିଜେଡି ଛାଡ଼ିବାପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଚର୍ଚ୍ଚା ହେଉଛି ଦିନେ ଦୁଇଦନି ମଧ୍ୟରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇପାରନ୍ତି।

ରଘୁମହାନ୍ତି ବସ୍ତାରେ ବିଜେଡି ଟିକେଟରେ ବିଧାୟକ ରହି ସାରିଛନ୍ତି। କିନ୍ତୁ ପୁଅ ରାଜାଶ୍ରୀ ମହାନ୍ତି ଓ ବୋହୂ ବର୍ଷା ସୋନୀଙ୍କ ମାମଲାକୁ ନେଇ ବିବାଦକୁ ଆସିଥିଲେ ରଘୁନାଥ ଓ ତାଙ୍କ ପରିବାର। ଏପରିକି ଏହି ମାମଲା ପାଇଁ ରଘୁ ମହାନ୍ତିଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା

ଘଟଣାର କିଛିଦିନ ପରେ ବର୍ଷା ମାମଲାକୁ ପ୍ରତ୍ୟାହୃତ କରିବା ପରେ ରଘୁ ମହାନ୍ତିଙ୍କୁ ଦଳ ପୁଣିଥରେ ଆପଣାଇଥିଲା। ଏହାସହ ତାଙ୍କୁ ଉଠା ଜଳସେଚନ ପ୍ରକଳ୍ପର ଅଧ୍ୟକ୍ଷ ଭାବେ ଥଇଥାନ କରିଥିଲା। ତେବେ ଏମିତି ସମୟରେ ରଘୁନାଥ ଦଳ ଛାଡ଼ି ନୂଆ ସଙ୍କେତ ଦେଇଛନ୍ତି।

Comment