ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଘୋଷଣା ହେଲା ବିଜେଡିର ଗୋଟିଏ ଲୋକସଭା ଓ ୧୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ବିଧାନସଭା ଆସନରୁ ବିଜେଡ଼ି ନୂଆ ମୁହଁକୁ ଟିକେଟ୍‌ ଦେଇଛି। ସଦ୍ୟ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିବା ରାଜ କିଶୋର ଦାସଙ୍କୁ ଦଳ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ୍‌ ଦେଇଛି।

ଏହା ପୁର୍ବରୁ ୨୦୧୪ରେ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ମୋରଡ଼ା ବିଧାନସଭା ଆସନରୁ ନିର୍ବାଚତ ହୋଇ ବିଧାୟକ ହୋଇଥିଲେ। ତେବେ ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ଆଜି ସକାଳେ ପ୍ରବୀଣ ଭଞ୍ଜଦେଓ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି। ଏହି ପରୀପେକ୍ଷୀରେ ମୋରଡା ଆସନରୁ ରାଜ କିଶୋର ଦାସଙ୍କୁ ବିଜେଡି ଟିକେଟ୍‌ ଦେଇଛି।

ବର୍ତ୍ତମାନ ମୋରଡ଼ା ଆସନରେ ରାଜକିଶୋର ଦାସଙ୍କ ଏକ ସୁଦୃଢ଼ ସଂଗଠନ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜକିଶୋରଙ୍କୁ ମୋରଡ଼ା ଆସନ ପ୍ରାର୍ଥୀଭାବେ ଚୟନ କରିଛନ୍ତି। ସୋମବାର ରାତି ୮ଟା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।

Comment