ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗତ ୨୯ରେ ଜୟପୁର, ଆଜି ଭବାନିପାଟଣାରେ ନିର୍ବାଚନୀ ସଭା କରି ରାଜନୀତି ପାଣିପାଗକୁ ସରଗରମ କଲେ ମୋଦିା

ବିଜେପି ଫୋକସରେ ରହିଛି ଓଡ଼ିଶା। ଏହା ସ୍ପଷ୍ଟ ହୋଇଛି ବିଜେପିର ପୋଷ୍ଟରବୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତରୁା ଗତ ୨୯ ତାରିଖରେ ଜୟପୁରଠାରେ ନିର୍ବାଚନୀ ପ୍ରଚାର କରିଥିବା ମୋଦି ଆଜି ଭବାନିପାଟଣା ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତିା

ମୋଦି ଆଜି ତାଙ୍କ ଭାଷଣକୁ ଜୋରଦାର କରିଥିଲୋ ନବୀନଙ୍କ ନାଁ ନନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲୋ

ମୋଦି କହିଥିଲେ, ‘‘୧୯ ବର୍ଷର ଶାସନ ଭିତରେ ଓଡ଼ିଶା ବିକାଶର ପଛରେ ପଡ଼ିଛିା ଏଠି ଚିଟଫଣ୍ଡ ସ୍କାମ, ଖଣି ଦୁର୍ନୀତି ଭଳି ଦୁର୍ନୀତି ହୋଇଛିା କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ ହୋଇଛିା ହେଲେ ଚୋରି ରୋକିବାରେ ରାଜ୍ୟ ସରକାର ସମର୍ଥ ହୋଇ ନାହାନ୍ତିା ଆପଣମାନଙ୍କୁ ଖଣି ମାଫିଆ ନା ଚୌକିଦାର ଦରକାର?’’

ଦୁଇ ଦିନ ବ୍ୟବଧାନରେ ପୁଣି ମୋଦି

ମୋଦି ୨୮ ତାରିଖରେ ଉତ୍ତରପ୍ରଦେଶର ମେରଠରୁ ନିର୍ବାଚନ ପ୍ରଚାର ଶୁଭାରମ୍ଭ କରିଥିଲୋ ଏହାପରେ ୨୯ରେ ମୋଦି ଆସିଥିଲେ ଓଡ଼ିଶା। କୋରାପୁଟର ଜୟପୁରଠାରେ ମୋଦି ନିର୍ବାଚନ ପ୍ରଚାର କରିଥିଲୋ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲୋ ଜୟପୁର ଗସ୍ତର ଦୁଇ ଦିନ ବ୍ୟବଧାନ ପରେ ପୁଣି ଓଡ଼ିଶା ଆସି ରାଜ୍ୟ ରାଜନୀତିକୁ ସରଗରମ କରିଛନ୍ତି ମୋଦିା ୨୯ ତାରିଖରେ ଜୟପୁରଠାରେ ସଭା କରି ମୋଦି ଦକ୍ଷିଣ ଓଡ଼ିଶାକୁ ଫୋକସ କରିଥିବା ବେଳେ ଭବାନିପାଟଣାରେ ସମାବେଶ କରି ମୋଦି ପଶ୍ଚିମ ଓଡ଼ିଶା ଉପରେ ଫୋକସ କରିଛନ୍ତିା

ସବୁଠୁ ବଡ଼ କଥା ହେଉଛି ମୋଦି ଯେଉଁ ଦୁଇଟି ଲୋକସଭା ଆସନରେ ପ୍ରଚାର କରିଛନ୍ତି ସେଠି ବିଜେପି ବିଜୟୀ ହେବା ପାଇଁ ଗୋଟି ଚାଳନା କରୁଛିା କୋରାପୁଟ ଲୋକସଭା ଆସନରେ ବିଜେପି ଏଥର ବରିଷ୍ଠ ନେତା ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଛିା ଜୟରାମ ବିଜେଡି ଛାଡ଼ି ବିଜେପିକୁ ଆସିଥିଲୋ ଏହାଛଡ଼ା କୋରାପୁଟ ଜିଲ୍ଲାରେ ତାଙ୍କର ଭଲ ସଙ୍ଗଠନ ରହିଛିା ଏଣୁ ଭୋଟର ଏବଂ କର୍ମୀଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ମୋଦି ଜୟପୁରଠାରେ ସଭା କରିଥିବା କୁହାଯାଉଛିା

ସେହିପରି କଳହାଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ବସନ୍ତ ରାଜ୍ୟ ସଭାପତି ହୋଇଥିବାରୁ ତାଙ୍କର ଜିତିବା ଦଳ ପାଇଁ ସମ୍ମାନର ପ୍ରଶ୍ନା ବିଧାନସଭା ଆସନ ଛାଡ଼ି ପ୍ରଥମ ଥର ପାଇଁ ବସନ୍ତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତିା ମୋଦିଙ୍କ ଭବାନିପାଟଣା ଗସ୍ତ କଳାହାଣ୍ଡି ସମେତ ଆଖପାଖ ଲୋକସଭା ଆସନ ଉପରେ ପ୍ରଭାବ ପକାଇପାରେ ବୋଲି ଆଲୋଚନା ହେଉଛିା

ଗଜପତି ଆସିଥିଲେ ଅମିତ ଶାହ

ମୋଦିଙ୍କ ଜୟପୁର ସଭାର ଦୁଇ ଦିନ ପରେ ଦକ୍ଷିଣ ଓଡ଼ିଶା ଆସିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପାରଳାଖେମୁଣ୍ଡିରେ ବିଜୟ ସଙ୍କଳ୍ପ ଯାତ୍ରାରେ ଯୋଗ ଦେଇ ଶାହ ସିଧା ନବୀନ ସରକାରଙ୍କୁ ଆଟାକ କରିଥିଲୋ ମୋଦି ନାଁ ନେଉ ନଥିବା ବେଳେ ଶାହ କିନ୍ତୁ ନବୀନଙ୍କ ନାଁ ନେଇ ରାଜନୀତି ପାଣିପାଗକୁ ଗରମ କରିଛନ୍ତିା ଏହାସହ ଓଡ଼ିଶାରେ ବିଜେପିକୁ ଥରେ ସୁଯୋଗ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ଶାହା

ଓଡ଼ିଶାରେ ମିଶନ ୧୨୦ର ଲକ୍ଷ୍ୟ ରଖିଛି ବିଜେପିା ଏହି ମିଶନ ମୋଡରେ କାମ କରୁଛି ବିଜେପିା ୧୨୦ଟି ବିଧାନସଭା ସମେତ ୨୧ଟି ଲୋକସଭା ଆସନରେ ପଦ୍ମ ଫୁଟାଇବା ପାଇଁ ମୋଦି ଓଡ଼ିଶା ଉପରେ ଫୋକସ କରିଛନ୍ତିା ଦେଖାଯାଉ ମୋଦିଙ୍କର ଓଡ଼ିଶା ଗସ୍ତ ବିଜେପି ପାଇଁ କେତେ ଫାଇଦା ହେଉଛିା

Comment