ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୪ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। କଟକ ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ। କଟକ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ବହୁ ନେତା ଓ କର୍ମୀଙ୍କ ଉପସ୍ଥିତିରେ ସେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଗତ ୧୯୯୮ରୁ ଏଯାବତ୍ ବିଜେଡିରୁ ଭର୍ତ୍ତୃହରି ମହତାବ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ୧୯୯୮ରୁ ଲଗାତାର ୫ ଥର ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଭର୍ତ୍ତୃହରିା ଭର୍ତ୍ତୃହରି ୨୦୧୪ରେ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇ କଂଗ୍ରେସର ଅପରାଜିତା ମହାନ୍ତିଙ୍କୁ ପରାଜିତ କରିଥିଲେ।

Comment