ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଯେଉଁ ସାଂସଦ ବିଧାୟକମାନେ ଗତ ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ କରି ନାହାନ୍ତି ଯେଉଁମାନଙ୍କ ଜାମାରେ ଦୁର୍ନୀତିର ଛିଟା ଲାଗିଛି ସେମାନଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘୋଷଣା ପ୍ରତିଶ୍ରୁତି ଏବେ ପାଣିର ଗାର ଭଳି ପ୍ରତୀୟମାନ ହେଉଛି ଯେଉଁମାନଙ୍କ ବିରୋଧରେ ଜନ ଅସନ୍ତୋଷ ଦେଖାଦେଇଥିଲା ସେମାନଙ୍କୁ ଟିକେଟ ମିଳିବ ନାହିଁ ବୋଲି ଯାହା କୁହାଯାଉଥିଲା ତାହା ଫସର ଫାଟି ଯାଇଛି

ଅସନ୍ତୋଷର ନିଆଁ

ଟିକେଟ ଆବଣ୍ଟନ ବେଳେ ଦଳ ଭିତରେ ଯେଉଁ ବିଦ୍ରୋହ ଦେଖାଦେଲା ତାହା ଦଳର ନେତୃତ୍ୱ ଆଶା କରିନଥିଲେ। ଏହାକୁ ଦେଖି ଯେଉଁମାନେ ଟିକେଟ ବଣ୍ଟା ଦାୟିତ୍ୱରେ ଅଛନ୍ତି ସେମାନେ ନୂଆ ମୁହଁ ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିଙ୍କୁ ଟିକେଟ ଦିଆଯିବା ନୀତିକୁ ପୂରାପୂରି ଜଳାଞ୍ଜଳି ଦେଇଛନ୍ତି। ଯେଉଁମାନଙ୍କ ରାଜନୈତିକ କାର୍ଯ୍ୟକଳାପକୁ ନେଇ ଅତୀତରେ ପ୍ରଶ୍ନ ଉଠିଥିଲା ସେମାନଙ୍କ ଉପରେ ହିଁ ଦଳ ନିର୍ଭର କରୁଥିବା ଦେଖାଯାଉଛି। ଖାଲି ସେତିକି ନୁହେଁ, ଯେଉଁମାନେ ନୂଆ କରି ଟିକେଟ ପାଇଛନ୍ତି ସେମାନଙ୍କ ପଛରେ ବି ସେଇ ଲୋକମାନେ ହିଁ ଅଛନ୍ତି ଯେଉଁମାନେ ଆଗରୁ ଦଳର ମୁଖ୍ୟ କାର୍ପଟଦାର ଥିଲେ

ଉପକୂଳ ଭୁତ

ଚଳିତ ନିର୍ବାଚନରେ ବିଜେଡିକୁ ସବୁଠାରୁ ଅଧିକ ଉପକୂଳ ଭୁତ ଗ୍ରାସ କରିଛି। ଏହାର ପ୍ରମାଣ ହେଉଛି ଶେଷ ତିନି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସତ କହିଲେ, ବିଜେଡିର ଦୁର୍ଗ କୁହାଯାଉଥିବା ଉପକୂଳ  ଜିଲ୍ଲାମାନଙ୍କରେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀ ଚୟନ ଫର୍ମୁଲା ପୂରା ଫେଲ ମାରିଛି। କେବଳ ସେତିକି ନୁହେଁ ଯେଉଁ ନୂଆ ପ୍ରାର୍ଥୀମାନଙ୍କୁ ଟିକେଟ ଦିଆଯାଇଛି ସେମାନଙ୍କ ଉପରେ ଦଳ ଭରସା କରିପାରୁ ନାହିଁ ସେମାନଙ୍କ ଜିତିବା ନେଇ ଦଳ ଭିତରେ ଏବେଠୁ ସନ୍ଦେହ ପ୍ରକଟ କରାଗଲାଣି

ବିବାଦୀୟ ନେତା ବି ପାଇଲେ ଟିକେଟ

ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡ଼ିଥିବା ନେତାଙ୍କୁ ଏଥର ଟିକେଟ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲାଏହି ତାଲିକାରେ ଚର୍ଚ୍ଚାରେ ଥିଲେ ଅତନୁସବ୍ୟସାଚୀ ନାୟକ, ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଏବଂ ଦେବୀ ପ୍ରସାଦ ମିଶ୍ରା ଅତନୁ, ଅରୁଣ, ସଞ୍ଜୟଙ୍କୁ ସିବିଆଇ ନୋଟିସ ନେଇ ଟିକେଟ ମିଳିବ ନାହିଁ ବୋଲି କୁହାଯାଉଥିଲାସେହିପରି ପଞ୍ଚାୟତ ନିର୍ବାଚନରେ ଫେଲ୍ ମାରିଥିବାରୁ ଦେବୀଙ୍କୁ ଟିକେଟ ମିଳି ନପାରେ ବୋଲି କୁହାଯାଉଥିଲାପିପିଲି ପୀଡ଼ିତା ବେବିନା ବେହେରା ପ୍ରସଙ୍ଗରେ ମହାରଥୀ ଅଭିଯୁକ୍ତଙ୍କ ସପକ୍ଷରେ ମତ ରଖି ବିବାଦୀୟ ହୋଇପଡ଼ିଥିବାରୁ ତାଙ୍କ ଟିକେଟ ଅନିଶ୍ଚିତତାରେ ରହିଥିଲା

ହେଲେ କାହାର ଟିକେଟ କାଟିବେ ଏବଂ କାହାର କାଟିବେନି ସେନେଇ ବିଜେଡି ମ୍ୟାନେଜର ଦ୍ୱିଧାରେ ରହିଥିଲୋ ହେଲେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଆସିଥିବା ସର୍ଭେ ରିପୋର୍ଟ ଆଧାରରେ ଏମାନଙ୍କୁ ପୁଣି ବିଜେଡି ଟିକେଟ ଦେଇଥିବା କୁହାଯାଉଛିା

ବିଜେଡି ପର୍ଯ୍ୟାୟକ୍ରମେ ଟିକେଟ ଘୋଷଣା କରିଥିଲାପ୍ରଥମ ଓ ଦ୍ୱିତୀୟ ଦଫା ପ୍ରାର୍ଥୀ ତାଲିକାରେ ବିଜେଡି ସୁପ୍ରିମୋ ୨୦ରୁ ଅଧିକ ବିଧାୟକଙ୍କ ଟିକେଟ କାଟିଥିଲୋ ଏହାସହ କିଛି ସାଂସଦମାନଙ୍କର ମଧ୍ୟ ଟିକେଟ କଟିଥିଲାଯେଉଁମାନଙ୍କର ଟିକେଟ କଟିଥିଲା ସେମାନଙ୍କ ଭିତରୁ ଅଧିକାଂଶ ନେତା ବିଜେପି ଓ କଂଗ୍ରେସରେ ଯୋଗ ଦେଇଥିଲୋ ପ୍ରଥମ ଦଫା ପ୍ରାର୍ଥୀ ତାଲିକାକୁ ନେଇ ବିଜେଡି ଶିବିରରେ ହଲଚଲ ଲାଗି ରହିବା ପରେ ବିବାଦୀୟ ନେତାଙ୍କ ଟିକେଟ କଟି ନଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛିା

ସର୍ଭେ କୁଆଡ଼େ ଗଲା?

ନିର୍ବାଚନ ପୂର୍ବରୁ ବିଜେଡ଼ି ନେତୃତ୍ୱ ଦ୍ୱାରା ଯେଉଁ ଆଭ୍ୟନ୍ତରୀଣ ସର୍ଭେ କରାଯାଇଥିଲା ସେହି ସର୍ଭେ ଅନୁସାରେ ଲୋକଙ୍କ ମୁଡକୁ ଦେଖି ସଭାପତି ଅଘୋଷିତ ନିଷ୍ପତ୍ତି ନେଇଥିଲେ ଯେ ଏଥର ୫୦୬୦ ବିଧାୟକଙ୍କ ଟିକେଟ କଟିବା ନିଶ୍ଚିତ। ପ୍ରଥମ ଦୁଇ ତିନି ପର୍ଯ୍ୟାୟ ତାଲିକାରେ ତାହା ହିଁ ଦେଖିବାକୁ ମିଳିଥିଲା। ଦକ୍ଷିଣ ପଶ୍ଚିମ ଓଡ଼ିଶାର ପ୍ରାର୍ଥୀ ଚୟନ ବେଳେ ଛଅ ଜଣ ବିଧାୟକ/ସାଂସଦଙ୍କୁ ତାଲିକାରୁ ବାଦ ଦିଆଯାଇଥିଲା। ବର୍ତ୍ତମାନର ସ୍ଥିତି ହେଉଛି ଟିକେଟ ଆବଣ୍ଟନକୁ ନେଇ ଦଳ ଭିତରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି

ଅସନ୍ତୁଷ୍ଟ ଅନନ୍ତଙ୍କୁ ଟିକେଟ

ଏଣେ ବିଜେପି ବିଜେଡିର ଅସନ୍ତୁଷ୍ଟମାନଙ୍କୁ ସନ୍ତୁଷ୍ଟ କରିବା ନୀତି ଆପଣାଇଛି। ମୋଦି ଶାହ ଯେଉଁ କଥା କହୁଛନ୍ତି ଯେ ଓଡ଼ିଶାରେ ତ୍ରିପୁରାର ସ୍ଥିତି ହେବ ତାହାକୁ ବିଜେଡି ନେତୃତ୍ୱ ଆଉ ହାଲକା ଭାବରେ ନେଉ ନହାନ୍ତି

କାଳେ ଦଳର ଭୋଟ ବିଭାଜନ ହେବ ସେହି ଚିନ୍ତାରେ ଦଳ ଅବଶିଷ୍ଟ ଆସନରେ ପୁରୁଣା ଲୋକଙ୍କୁ ଟିକେଟ ଦେବା ଆରମ୍ଭ କରିଛି। ଏହାର ପ୍ରମାଣ ହେଉଛି ଭୁବନେଶ୍ୱରମଧ୍ୟ ପାଇଁ ପୂର୍ବତନ ବିଏମସି ମେୟର ଅନନ୍ତ ନାରାୟଣ ଜେନା ଟିକେଟ ପାଇବା। ସେ ତାଙ୍କ ଅସନ୍ତୋଷ ସ୍ପଷ୍ଟ ଭାବରେ ଜଣାଇଦେଇଥିଲେ ଏପରିକି ବିଧାୟକ ପାଇଁ  ଟିକେଟ ନମିଳିଲେ ସେ ବିଜେପିକୁ ଡେଇଁବାର ସମ୍ଭାବନା ଅଛି ବୋଲି ମଧ୍ୟ ଆଲୋଚନା ହେଉଥିଲାଏଣୁ ଅନନ୍ତଙ୍କୁ ଭୁବନେଶ୍ୱର-ମଧ୍ୟ ଆସନରୁ ଟିକେଟ ଦେଇଛି ବିଜେଡିା

ଯେମିତି ଜିତୁଛ ଜିତ

ଦଳୀୟ ରାଜନୀତିରେ ସବୁଠୁ ବଡ଼ କଥା ହେଉଛି ନିର୍ବାଚନ ଜିତିବା, କିଏ କେମିତି ଜିତୁଛନ୍ତି ତାହା ବଡ଼ ନୁହେଁ। ବୋଧହୁଏ ବିଜେଡିର ତୁଙ୍ଗ ନେତୃତ୍ୱ ବିଳମ୍ବରେ ହେଲେ ମଧ୍ୟ ଏହି କଥାକୁ ବୁଝିବା ଆରମ୍ଭ କରିଛନ୍ତି। ଏଣୁ ପୁରୁଣା ମୁହଁ ସ୍ଥାନରେ ନୂଆଙ୍କୁ ଟିକେଟ ଦେବାର ନୀତିକୁ ବସ୍ତୁତଃ ଅଳିଆ ଗଦାରେ ଫୋପାଡ଼ି ଦିଆଯାଇଛି। ଶେଷ ହିସାବ ଅନୁଯାୟୀ ବିଜେଡ଼ି ଏଥର ନିର୍ବାଚନରେ ମାତ୍ର ୪୦ ଟି ନୂଆ ମୁହଁ ଦେଇଛି। ଅର୍ଥାତ ୨୦୧୯  ବିଧାନସଭା ନିର୍ବାଚନରେ ଦୁଇ ତୃତୀୟାଂଶ ପ୍ରାର୍ଥୀ ହେଉଛନ୍ତି ପୁରୁଣା ମୁହଁ

Comment