ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର ଲୋକସଭା ଆସନରେ ପ୍ରଚାରକୁ ଜୋରଦାର କରିଛନ୍ତି ଅପରାଜିତା।

ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଅପରାଜିତା ଷଡ଼ଙ୍ଗୀ ଜୋରଦାର କରିଛନ୍ତି ପ୍ରଚାରା ପ୍ରାଥିପତ୍ର ଦାଖଲ କରିବା ପରେ ଅପରାଜିତା ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସହ ଯୋଡ଼ି ହେଉଛନ୍ତିା

ଭୁବନେଶ୍ୱରରେ ରବି ଟକିଜ ଅଞ୍ଚଳରେ ଅପରାଜିତା ସମର୍ଥକଙ୍କ ସହ କ୍ୟାମ୍ପେନିଂ କରୁଥିବା ବେଳେ ଓଡ଼ିଶାଲାଇଭ୍ ଟିମ୍ ତାଙ୍କ ସହ ସାମିଲ ହୋଇଥିଲା। ନିର୍ବାଚନ ଲଢ଼ିବା ପାଇଁ ଅପରାଜିତାଙ୍କ ରଣନୀତି ସମ୍ପର୍କରେ ପଚାରି ବୁଝିଥିଲା।

“ଭୋଟ ବ୍ୟାଙ୍କ ପଲିଟିକ୍ସ ମତେ ପସନ୍ଦ ନୁହେଁ। ଟଙ୍କା ଦିଆ ନିଆ ରାଜନିତୀକୁ ମୁଁ ଘୃଣା କରେ”, କହିଥିଲେ ଅପରାଜିତା।

ଅପରାଜିତା ଆହୁରି କହିଥିଲେ, ‘‘ସ୍ୱଚ୍ଛ ଶାସନ ଉପରେ ମୋ ଫୋକସ୍ ରହିବା ଦୁର୍ନୀତି ନିବାରଣ, ଯୁବପିଢି ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି, ଚାଷଜମିକୁ ସଠିକ ଜଳସେଚନ ଓ ଘର ଘରକୁ ପିଇବା ପାଣି ପହଞ୍ଚାଇବା ମୋର ପ୍ରମୁଖ ଲକ୍ଷ୍ୟ ରହିବ।’’

ମହିଳାଙ୍କ ବିକାଶ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କାମ କରାଯିବା ଅଧିକରୁ ଅଧିକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଥିଲେ ଅପରାଜିତା।

ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ତଳୀରେ ଏଯାଏଁ ସେ ୧୦୬ଟି ଗାଁ ବୁଲି ସାରିଲେଣି। ବିଭିନ୍ନ ଗାଁ ଯାଇ ଲୋକଙ୍କ ସହ ଆଲୋଚନା କରିବା ବେଳେ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି ଅପରାଜିତା।

ଲୋକଙ୍କ ଦୁଃଖ ସୁଖର ସାଥୀ ହେବା ପାଇଁ ମୁଁ ସକ୍ରିୟ ରାଜନୀତିକୁ ଆସିଛିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣି ହୋଇ ବିଜେପିରେ ଯୋଗ ଦେଇଛି’’, କହିଥିଲେ ଅପରାଜିତା।

ଆଇଏଏସ୍ ଚାକିରି ଛାଡ଼ି ଅପରାଜିତା ବିଜେପିରେ ଯୋଗ ଦେଇଥିଲେ। ସେ ଜଣେ ଉଚ୍ଚଶିକ୍ଷତା ଏବଂ ମହିଳା ହୋଇଥିବାରୁ ବିଜେପି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛିା ଅପରାଜିତାଙ୍କ ବିପକ୍ଷରେ ବିଜେଡି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛିା

ଏଥର ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଏବଂ ଅରୂପଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଚର୍ଚ୍ଚା ହେଉଛିା

Comment