ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପି ଆଜି ଚାରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ଚମ୍ପୁଆ, ନିଆଳି, ଭୋଗରାଇ, ବସ୍ତା ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିଛି ବିଜେପିା ଏସବୁ ଭିତରେ ବିଜେଡିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ବିଜେପି ଟିକେଟ ଦେଇଛିା

ଚମ୍ପୁଆ ପାଇଁ ମୁରଲୀ ଶର୍ମା, ନିଆଳି ପାଇଁ ଛବି ମଲ୍ଲିକ, ଭୋଗରାଇ ପାଇଁ ମାନସ ମହାନ୍ତି, ବସ୍ତା ପାଇଁ ରଘୁନାଥ ମହାନ୍ତିଙ୍କୁ ଟିକେଟ ଦେଇଛି ବିଜେପିା

ରଘୁନାଥ ମହାନ୍ତି ବିଜେଡିର ଜଣେ ବରିଷ୍ଠ ନେତା ଥିଲୋ ସେ ବସ୍ତାରୁ ବିଜେଡି ଟିକେଟରେ ଏକାଧିକ ଥର ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲୋ ନବୀନ ସରକାରରେ ସେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲୋ ହେଲେ ବୋହୂ ବର୍ଷାସୋନୀ ଚୌଧୁରୀ ମାମଲାରେ ରଘୁ ବିବାଦୀୟ ହୋଇ ପଡ଼ିଥିଲୋ

ତାଙ୍କୁ ମନ୍ତ୍ରୀ ପଦ ହରାଇବା ସହ ବିଜେଡିରୁ ନିଲମ୍ବିତ ହୋଇଥିଲୋ ଗତ ବର୍ଷ ରଘୁନାଥ ମହାନ୍ତିଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା। ତାଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରାଯାଇଥିଲା। ୨୦୧୯ ନିର୍ବାଚନରେ ସେ ବସ୍ତାରୁ ଟିକେଟ ନେବାକୁ ଆଶା ରଖିଥିଲୋ ହେଲେ ଟିକେଟ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

Comment