ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଗୋଟିଏ ସପ୍ତାହରୁ ବି କମ୍‌ ସମୟ ରହିଛି। ଅର୍ଥାତ ପ୍ରଥମ ପର୍ଯାୟ ଭୋଟଗ୍ରହଣ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏହାରି ଭିତରେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ଆଶାୟୀଙ୍କ ସଫଳତା ପାଇଁ ବିଭିନ୍ ଅଙ୍କ କଷୁଛନ୍ତି।

ଏହାରି ଭିତରେ ଏବିପି ନ୍ୟୁଜ୍‌ ନୀଲସନ୍‌ ଓଡ଼ିଶା, ଉତ୍ତରପ୍ରଦେଶ, ବିହାର ସହିତ ଦେଶର ୧୫ରାଜ୍ୟ ଲାଗି ସର୍ଭେ କରିଛନ୍ତି। ଯାହାର ସର୍ଭେ ରିପୋର୍ଟ ଆଶ୍ଟର୍ଯ୍ୟ କଲାପରି ଆସୁଛି।

ସର୍ଭେ ଅନୁସାରେ ଏନଡିଏ ଏଥର ନିର୍ବାଚନରେ ୟୁପିଏଠୁ ଅଧିକ ଭୋଟରେ ସଫଳତା ପାଇବ ମାତ୍ର ୨୦୧୪ରେ ଏନଡିଏ ଯେତିକି ସଫଳତା ପାଇଥିଲା ତାହାର ସଂଖ୍ୟା କମିବ।

ସର୍ଭେ ଅନୁସାରେ ୧୫ ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ-ହରିୟାଣା, ହିମାଚଳ-ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର, ପଶ୍ମିମବଙ୍ଗ, ମହାରାଷ୍ଟ,ଗୁଜୁରାଟ,ଓଡ଼ିଶା, ଝାଡଖଣ୍ଡ , ରାଜସ୍ଥାନ,ବିହାର ଓ ଉତ୍ତରପ୍ରଦେଶ)ର ୩୭୪ ଲୋକସଭା ଆସନ ଲାଗି ଏବିପି ନ୍ୟୁଜ୍‌ ନୀଲସନ୍‌ ସର୍ଭେ କରିଥିଲା।

ସର୍ଭେରୁ ଜଣାପଡ଼ିଛି ଏନଡିଏକୁ ଏହି ୧୫ଟି ରାଜ୍ୟରେ ୨୨୩ ଆସନ, ୟୁପିଏକୁ ୬୯ଆସନ ଓ ଅନ୍ୟାନ୍ୟ ଆଞ୍ଚଳିକ ରାଜନୈତିକ ଦଳକୁ ୮୨ଟି ଆସନରେ ସଫଳତା ମିଳିବ।

ଏହି ସର୍ଭେ ରିପୋର୍ଟ ଅନୁସାରେ ୨୦୧୪ ନିର୍ବାଚନ ଅନୁସାରେ ବିଜେପିକୁ ୫୧ସିଟ୍‌ ପରାଜୟ ଓ କଂଗ୍ରେସକୁ ୪୧ ସିଟ୍‌ରେ ସଫଳତା ମିଳିବ।

 

ସର୍ଭେରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି ୧୩ଟି ଓ ବିଜେଡି ୭ଟି ଆସନ ଜିତିବ ବୋଲି ଆକଳନ କରାଯାଇଛି। ସେହିପରି କଂଗ୍ରେସକୁ ଓଡ଼ିଶାରେ ମାତ୍ର ଗୋଟିଏ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।

ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ଜାଣନ୍ତୁ କହାକୁ କେତୋଟି ସିଟ୍‌ ମିଳିବ

ମଧ୍ୟ ପ୍ରଦେଶ – ବିଜେପି ୨୪, କଂଗ୍ରେସ ୫

ଛତିଶଗଡ଼ – ବିଜେପି ୩, କଂଗ୍ରେସ ୮

ରାଜସ୍ଥାନ – ବିଜେପି ୧୯, କଂଗ୍ରେସ ୬

ହରିୟାଣା – ବିଜେପି ୮ , କଂଗ୍ରେସ ୨

ପଞ୍ଜାବ – ବିଜେପି-ଅକାଳୀ ୨-୨, କଂଗ୍ରେସ ୯

ହିମାଚଳ ପ୍ରଦେଶ – ସମସ୍ତ ସିଟ୍‌ରେ ବିଜେପି

ଉତ୍ତରାଖଣ୍ଡ – ବିଜେପି ୪, କଂଗ୍ରେସ ୧

ଜମ୍ମୁ କଶ୍ମୀର – ନ୍ୟାସନାଲ୍‌ କନଫ୍ରେନ୍ସ ୩, ବିଜେପି ୨ ଓ କଂଗ୍ରେସ ୧

ପଶ୍ଚିମବଙ୍ଗ- ଟିଏମସ୍‌ ୩୧, ବିଜେପି ୮, କଂଗ୍ରେସ ୩

ମହାରାଷ୍ଟ୍ର – ଏନଡିଏ ୩୭, ୟୁପିଏ ୧୧

ଗୁଜୁରାଟ୍‌ – ବିଜେପି ୨୦, କଂଗ୍ରେସ ୬

ଝାରଖଣ୍ଡ – ଏନଡିଏ ୯, ୟୁପିଏ ୫

ବିହାର – ଏନଡିଏ ୩୪, ୟୁପିଏ ୬

ଉତ୍ତରପ୍ରଦେଶ- ଏନଡିଏ ୩୬, ୟୁପିଏ ୨, ମହାମେଣ୍ଟ -୪୨

ପ୍ରତି ନିର୍ବାଚନ ପରେ ଓ ପୂର୍ବରୁ ଏଭଳି ଜାତୀୟ ଗଣମାଧ୍ୟମ ମାନେ ସର୍ଭେ କରିଥାନ୍ତି। ଯେଉଁଥିରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଥାଏ। ଅନେକ ସମୟରେ ଏହା ବି ଦେଖିଯାଇଛି ସର୍ଭେରେ ଯାହା ପ୍ରକାଶ ପାଇଥାଏ ସେମିତି ହୋଇନଥାଏ ଅର୍ଥାତ ନିର୍ବାଚନ ଫଳାଫଳ ଅଲଗା ହୋଇଥାଏ।

Comment