ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ସକାଳେ କେନ୍ଦୁଝର ଜିଲ୍ଲା ପଳାଶପଙ୍ଗା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାନୁସାରେ ଟ୍ରକକୁ ବୋଲେରୋ ପଛପଟୁ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

କେଉଁ କାରଣ ପାଇଁ ଦୁର୍ଘଟଣା ହୋଇଛି ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନଥିଲେ ସୁଦ୍ଧା ଘନ କୁହୁଡ଼ି ଲାଗି ଡ୍ରାଇଭର ଟ୍ରକକୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିଛି। ଅନ୍ୟପଟେ ମୃତକଙ୍କ ପରିଚୟ ମିଳିପାରିନାହିଁ।

Comment