ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକେ ନିଜ ଜୀବନକୁ ସହଜ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ଯାହାକୁ ବି କେହି ଭାବି ପାରିବେନି। ଏବେ  ଗରମ ଦିନ ଆରମ୍ଭ ହୋଇଗଲାଣି। ଏମିତିରେ ଲୋକ ମଶାଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି। ମଶାଠାରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ଏକ ବହୁତ ଖାସ ଉପାୟ ବାହାର କରିଛନ୍ତି।

ସେ ମଶା ଠାରୁ ରକ୍ଷା ପାଇବା ପାଇଁ ଟେବୁଲ ଫ୍ୟାନ ଏବଂ ମଶା ମରା ବ୍ୟାଟର ବ୍ୟବହାର କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସେହିଭଳି କିଛି ବ୍ୟକ୍ତି ଭିଡିଓଟିକୁ ଦେଖି ତାଙ୍କୁ ଜୁଗାଡୁ ପର୍ସନ ଅଫ ଦ ଇୟର ଆୱାର୍ଡ ଦେବା ପାଇଁ କହିଛନ୍ତି।

ବ୍ୟକ୍ତି ଜଣଙ୍କ ଟେବୁଲ ଫ୍ୟାନ ଏବଂ ମଶା ମରା ବ୍ୟାଟକୁ ବାନ୍ଧି ଦେଇଛନ୍ତି। ଏହି ଭିଡିଓରେ ଦେଖିପାରିବେ ଟେବୁଲ ଫ୍ୟାନ ଚାଲିବା ସମୟରେ ମଶା ବ୍ୟାଟ ମଧ୍ୟ ତା ସହିତ ଚାଲୁଛି। କିଛି ଲୋକ ଏହାକୁ ଜୁଗାଡ କହୁଛନ୍ତି ତ ଆଉ କେହି ଏହାକୁ ଅଳସୁଆ  ବୋଲି କହି ଭିଡିଓକୁ ଭାଇରାଲ କରୁଛନ୍ତି।

Comment