ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ମଶା ଦାଉରେ ନୟାନ୍ତ ହେଲେଣି ଭୁବନେଶ୍ୱର ବାସିନ୍ଦା। ମଶା ଉତ୍ପତ୍ତି ସ୍ଥାନଗୁଡ଼ିକରେ ଡ୍ରୋନ ସାହାଯ୍ୟରେ ମଶାମରା ଔଷଧ ସିଞ୍ଚନ କରାଯିବ ବୋଲି ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ।

ଲୋକଙ୍କୁ ମଶା ଦାଉରୁ ରକ୍ଷା କରିବା ଲାଗି ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରରେ ମଶା ବଂଶ ବୃଦ୍ଧି ରୋକିବାକୁ ଡ୍ରୋନର ବ୍ୟବହାର କରିବାକୁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।

ବିଶେଷ କରି ଅପହଞ୍ଚ ଜଳଉତ୍ସଗୁଡ଼ିକରେ ଏହି ଔଷଧର ପ୍ରୟୋଗ କରାଯିବ। ଗତବର୍ଷ ମଧ୍ୟ ବିଏମସି ପକ୍ଷରୁ କିଛି ସ୍ଥାନରେ ଡ୍ରୋନ୍‌ ବ୍ୟବହାର କରାଯାଇ ମଶାମରା ଔଷଧ ସିଞ୍ଚନ କରାଯାଇଥିଲା।

Tags: #Drone #BMC #Dengue #Bhubaneswar #Mosquito #KillMosquito #SmartCity

Comment