ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ରାଜ୍ୟବାସୀ।

ବର୍ତ୍ତମାନ ରାଜ୍ୟରେ ଦୈନିକ ପ୍ରାୟ ୨୦୦ରୁ ୨୫୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ଡେଙ୍ଗୁ ବଂଶ ବିସ୍ତାର ପାଇଁ ବର୍ତ୍ତମାନ ପାଗ ଅନୁକୂଳ ରହିଛି। ବର୍ଷା ନଛାଡ଼ିବା ପର୍ଯ୍ୟନ୍ତ ଡେଙ୍ଗୁରୋଗକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ଜନସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

ସେପ୍ଟେମ୍ବର ମାସ ୧୦ ତାରିଖ ସୁଦ୍ଧା ରିପୋର୍ଟ ଅନୁସାରେ ରାଜ୍ୟରେ ମୋଟ ୬୮,୬୧୦ଟି ଟେଷ୍ଟିଂ ହୋଇଥିବାବେଳେ ୫,୦୯୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୧୩୩ ଜଣ ରହିଛନ୍ତି। ଏହା ସହିତ ପୁରୀରୁ ୫୫୫, କଟକରୁ ୫୨୦ ଓ ବାଲେଶ୍ଵରରୁ ୪୭୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ଜୁଲାଇରୁ ଅକ୍ଟୋବର ମାସ ଡେଙ୍ଗୁର ପିକ୍ ପିରିୟଡ ହୋଇଥିବାରୁ ସମସ୍ତଙ୍କୁ ସଚେତନ କହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ। ସାମାନ୍ୟ ଚିକିତ୍ସାରେ ୯୮ ପ୍ରତିଶତ ଡେଙ୍ଗୁ ଆକ୍ରାନ୍ତ ଭଲ ହୋଇପାରିବେ, ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Tags: #denguecases #dengue #odisha #healthcare #treatment

Comment