ଓଡ଼ିଶାଲାଇଭ୍ ବ୍ୟୁରୋ

ଘରୁ ମଶା ବାହାରିଲେ ଦେବାକୁ ପଡ଼ିବ ୧୦୦୦ ଟଙ୍କା ଫାଇନ। ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)।

ଘରକୁ ଘର ବୁଲି ବିଏମସି ପକ୍ଷରୁ ମଶା ଯାଞ୍ଚ କରାଯିବ। ଯାଦି ଘରର ପରିସର ମଧ୍ୟରେ ଡେଙ୍ଗୁ ମଶା ବୃଦ୍ଧି ହେବା ଭଳି ପରିବେଶ ଥାଏ ତେବେ ଏକ ହଜାର ଟଙ୍କା ଫାଇନ କରିବ ବିଏମସି।

କେବଳ ଘର ନୁହେଁ ବ୍ୟବସାୟୀକ ସ୍ଥଳ ଏବଂ କାର୍ଯ୍ୟାଳୟ ପରିସରରେ ଏଭଳି ପରିବେଶ ଥିଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ବିଏମସି ପକ୍ଷରୁ ଏଭଳି ନିର୍ଦେଶନାମା ଜାରି କରାଯାଇଛି।

ଆସନ୍ତା ଅଗଷ୍ଟ ୧୫ ତାରିଖ ପରେ ବିଏମସି ଟିମ୍ ଘରକୁ ଘର ବୁଲି ଯାଞ୍ଚ କରାଯିବ ବୋଲି ଗୁରୁବାର ଦିନ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ବିଏମସି କମିଶନର କହିଛନ୍ତି, “ଓ୍ଵାର୍ଡକୁ ଓ୍ଵାର୍ଡ ବୁଲି ଲୋକଙ୍କୁ ସଚେତନ କରାଯିବ। ନିଜର ଘର ଏବଂ ଘର ଆଖପାଖ ପରିବେଶକୁ ସଫସୁତରା ରଖିବାକୁ ଲୋକଙ୍କୁ ସଚେତନ କରାଯିବ। ବିଏମସିର ଟିମ୍ ଘରକୁ ଘର ବୁଲି ଏହି କାମ କରିବ। ବାରମ୍ବାର ସଚେତନ କରାଇବା ପରେ ଯଦି ମଶା ସୃଷ୍ଟି ହେବା ଭଳି ପରିବେଶ ଦେଖାଯିବ ତେବେ ସମ୍ପୃକ୍ତ ଘର ମାଲିକଙ୍କ ଉପରେ ଜୋରିମାନା ଲଗାଯିବ।”

ଆଗାମୀ ୪ ମାସ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଡେଙ୍ଗୁକୁ ନେଇ ସତର୍କ ରହିବାକୁ ପଡ଼ିବ ବୋଲି କମିଶନର କହିଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରରେ ୨ ଜଣଙ୍କର ଡେଙ୍ଗୁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଭୁବନେଶ୍ଵରରେ ୯୨୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବାବେଳେ ୪୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

Tags: #Mosquito #BMC #Mosquito #FineForMosquito

Comment