ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମହାନଗର ନିଗମ (ବିଏମସି) ଅଞ୍ଚଳରୁ ହଟିବ ସମସ୍ତ ରାଜନୈତିକ ଦଳର ପୋଷ୍ଟର। ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ରାଜନୈତିକ ପୋଷ୍ଟର ହଟାଇବାକୁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ କାମ ଆରମ୍ଭ ହେବ।

କାନ୍ଥ, ଗଛ ଏବଂ ଖୁଣ୍ଟରେ ପୋଷ୍ଟର ମାରିବା ଉପରେ କଟକଣା ଲଗାଯାଇଛି। ଭୁବନେଶ୍ଵରର ବିଭିନ୍ନ କାନ୍ଥ ଓ ପାଚେରିରେ ଥିବା ରାଜନୈତିକ ଲେଖା, ପୋଷ୍ଟର ଏବଂ ବ୍ୟାନର ହଟାଯିବ। ନିର୍ବାଚନ ଆୟାଗଙ୍କ ଗାଇଡ ଲାଇନ ଅନୁସାରେ ସମସ୍ତ କାମ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

ବିଏମସି କମିଶନର କହିଛନ୍ତି ଏ ସମ୍ପର୍କରେ ସମସ୍ତ ରାଜନୈତିକ ଦଳ ଅବଗତ ଅଛନ୍ତି ଏବଂ ବିଏମସିକୁ ସହଯୋଗ କରୁଛନ୍ତି।

ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ଵରରେ ରାଜନୈତିକ ବିବାଦ ଉପୁଜିଥିଲା। ବର୍ତ୍ତମାନ ସୁଦ୍ଧା ବିଏମସି ୧୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଜୋରିମାନା ଆଦାୟ କରିବା ସହ ୩୦ରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ନାଁରେ ଥାନାରେ ଏତଲା ଦେଇଛି।

Tags: #Politics #OdishaPolitics #PoliticalPoster #Bhubaneswar #Odisha

Comment