ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷାଦିନେ ସାଧାରଣତଃ ମଶାଙ୍କ ଉପଦ୍ରବ ବଢ଼ିଯାଏ। ଏହା ସମସ୍ତଙ୍କ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଥାଏ। ତେଣୁ ବର୍ଷା ଦିନେ ମଶାଠୁ ଦୂରେଇ ରହିବା ନିହାତି ଆବଶ୍ୟକ। ଘରୁ ମଶା ଭଗାଇବା ଲାଗି ରାସାୟନିକ ଜିନିଷ କିମ୍ବା କଏଲ ବ୍ୟବହାର କରିବା ଅପେକ୍ଷା ଘରୋଇ ଉପାୟ ଅବଲମ୍ବନ କରିବା ବହୁତ ଭଲ।
ଲବଙ୍ଗ ଏବଂ ନଡ଼ିଆ ତେଲ

ମଶା ତଡ଼ିବା ପାଇଁ ନଡ଼ିଆ ତେଲ ଏବଂ ଲବଙ୍ଗ ତେଲ ଏକାଠି ମିଶାଇ ଏହାକୁ ନିଜ ଶରୀରରେ ଲଗାନ୍ତୁ। ଦେଖିବେ ମଶା ଆପଣଙ୍କ ପାଖ ମାଡ଼ିବେ ନାହିଁ।

ର୍ପୂର ଧୂଆଁ
ଘରୁ ମଶା ବାହାର କରିବା ପାଇଁ ଘର ଭିତରେ କର୍ପୂର ଧୂଆଁ ଦିଅନ୍ତୁ। ଏହାର ବାସ୍ନାରେ ମଶା ଘରୁ ବାହାରି ଯାଆନ୍ତି। ତେବେ କର୍ପୁର ଧୂଆଁ ଦେବା ପରେ ନିଜେ ବି ଘରୁ ବାହାରକୁ ବାହାରି ଆସନ୍ତୁ।

ନିମ୍ବ ତେଲ
ମଶା ବାହାର କରିବାକୁ ଚାହୁଁଥିଲେ ଘରେ ଓ ବହାରେ ନିମ୍ବ ତେଲ ଛିଞ୍ଚନ୍ତୁ। ମଶା ଘରୁ ବାହାରିଯିବେ।

ଲେମ୍ବୁ ଓ ଲବଙ୍ଗ

ଲେମ୍ବୁକୁ ଦୁଇ ଭାଗ କରି ମଝିରୁ କାଟି ଦିଅନ୍ତୁ। ଏହା ଉପରେ ୧୦ରୁ ୧୫ ଟା ଲବଙ୍ଗ ଲଗାଇ ଘରେ ରଖି ଦିଅନ୍ତୁ। ଦେଖିବେ ଘରୁ ମଶା ବାହାରିଯିବେ।

Comment