ଓଡିଶାଲାଇଭ୍ ବ୍ୟୁରୋ

ମଶା ଦାଉରୁ ରକ୍ଷା ପାଇବା ପାଇଁ ମଶା ଧୂପ ବ୍ୟବହାର କରୁଛନ୍ତି କି? ତେବେ ଜାଣି ରଖନ୍ତୁ ଏହା କିପରି ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ।

ବର୍ଷାଦିନେ ଚାରିଆଡ଼େ ପାଣି ଜମି ରହୁଥିବାରୁ ମଶାମାନଙ୍କ ଉପଦ୍ରବ ବୃଦ୍ଧି ପାଇଥାଏ। ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର ମଶା ଧୂପ, ଝୁଣା, ବ୍ୟାଟେରୀଚାଳିତ ମେସିନ୍‌ ଓ ମଶା ମାରିବା ବ୍ୟାଟ୍‌ର ଆଦି ବ୍ୟବହାର କରିଥା’ନ୍ତି। କିନ୍ତୁ ମଶା ମାରୁଥିବା ଏହି ଧୂପ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଗୋଟେ ମଶାଧୂପ ୧୦୦ଟି ସିଗାରେଟ୍‌ଠାରୁ ବି ଅଧିକ କ୍ଷତିକାରକ। ମଶା ଧୂପରୁ ପାଖାପାଖି ୨.୫ ପିଏମ୍‌ ଧୂଆଁ ବାହାରିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ମଶା ଧୂପରୁ ବାହାରୁଥିବା ଧୂଆଁରେ ପ୍ରତିଦିନ ରହିଲେ ଶ୍ୱାସ ରୋଗ ହେବାର ଆଶଙ୍କା ଅଧିକ ଥାଏ। ବିଶେଷଜ୍ଞଙ୍କ କହିବାନୁସାରେ, ଯଦି କୌଣସି ବ୍ୟକ୍ତି ମଶା ଧୂପରୁ ବାହାରୁଥିବା ଧୂଆଁରେ ଅଧିକ ସମୟ ରୁହନ୍ତି, ତେବେ ତାଙ୍କୁ ଆଜ୍‌ମା ହେବାର ଆଶଙ୍କା ଥାଏ।BGUମଶାଧୂପରୁ ବାହାରୁଥିବା କଡ଼ା ଧୂଆଁ ତ୍ୱଚା ଓ ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଆଖିରେ ପୋଡ଼ାଜଳା ବି ହୋଇଥାଏ।

Comment