ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ନବରଙ୍ଗପୁରରେ ଆଜି ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଇଘରରେ ଆୟୋଜିତ ହୋଇଥିବା ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି।

ଜନସଭାକୁ ସମ୍ବୋଧିତ କରିବା ବେଳେ ବିଜେପିକୁ ଟାର୍ଗେଟ କରିବା ସହ ଅନେକ ପ୍ରଶ୍ନ ପଚାରିଛନ୍ତି ବିଜେଡି ସଭାପତି।

ନବୀନ ପ୍ରଶ୍ନ କରିଛନ୍ତି କି, “ଧାନର ସହାୟକ ମୂଲ୍ୟ ୨ଗୁଣ କରିବା କଥା କୁଆଡ଼େ ଗଲା? ନବରଙ୍ଗପୁରରେ ନୂଆ ରେଳଲାଇନ୍‌ ତିଆରି କଥା କୁଆଡ଼େ ଗଲା? ମହାନଦୀ ପ୍ରସଙ୍ଗର ସମାଧାନ ହେଲା ନାହିଁ। ଚାଷୀ ବୀମାରେ କାହିଁକି ପରିବର୍ତ୍ତନ କରାଗଲା ନାହିଁ?”

ବନ୍ୟା, ବାତ୍ୟା କି ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କୁ ଓଡ଼ିଶାରେ ଦେଖା ମିଳିନଥାଏ। କେବଳ ନିର୍ବାଚନ ଆସିଲେ ସେମାନେ ଓଡ଼ିଶା ଆସିଥାନ୍ତି ବୋଲି ବିଜେପିକୁ ଟାର୍ଗେଟ କରି ନବୀନ କହିଛନ୍ତି।

ଏହାସହିତ ନବୀନ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି କି, “ଏସସି, ଏସଟି ପିଲାଙ୍କ ସ୍କଲାରସିପ୍‌କୁ କାହିଁକି ଅଟକାଗଲା। ରାଜ୍ୟରେ ପ୍ରତି ଜମିକୁ ଜଳସେଚନ କଥା କୁଆଡ଼େ ଗଲା?”

ଏହାସହିତ ସେ ଆଗାମୀ ନିର୍ବାଚନ ଲାଗି ଓଡ଼ିଶାବାସୀଙ୍କ ଆର୍ଶିବାଦ ଲୋଡ଼ୁଥିବା କହିଛନ୍ତି।

Comment