ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୨ ଜଣ ସ୍ଵାଧିନ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଜିଲ୍ଲାପାଳ ଭିନିତ ଭରଦ୍ଵାଜଙ୍କ ପାଖରେ ଦାଖଲ କରିଛନ୍ତି।

ବିଜେପିର ଇଂ ବିଶେଶ୍ଵର ଟୁଡୁ, ବିଜେଡିର ଡକ୍ଟର ଦେବାଶିଷ ମାର୍ଣ୍ଡି, କଂଗ୍ରେସ ଏବଂ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ମିଳିତ ପ୍ରାର୍ଥୀ ଅଞ୍ଜଳି ସୋରେନଙ୍କ ସମେତ ନନ୍ଦକିଶୋର କିସ୍କୁ ଏବଂ ରବୀନ୍ଦ୍ର ସିଂ ସ୍ଵାଧୀନ ପ୍ରାର୍ଥୀଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ସମସ୍ତ ପ୍ରାର୍ଥୀମାନେ ସେମାନଙ୍କ ଦଳୀୟ ସମର୍ଥକ ମାନଙ୍କ ସହିତ ବିରାଟ ପଟୁଆରରେ ବାରିପଦା ସହର ପରିକ୍ରମା କରି ଶକ୍ତି ପ୍ରଦର୍ଶନ କରିଥିଲେ।

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଲିରେ ହେମନ୍ତ ସୋରେନ ସାମିଲ ହୋଇ ଜେଏମଏମର କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here