ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ପୁରୀରେ ଅମିତ ଶାହ – ମହାପ୍ରଭୁଙ୍କୁ ଦର୍ଶନ କଲେ, ରୋଡ ସୋ’ରେ ସାମିଲ ହେଲେ
ପୁରୀରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଶାହ ପୁରୀରେ ରୋଡ ସୋ’ କରିଛନ୍ତି। ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ପ୍ରଚାର କରିଛନ୍ତି ଶାହ। ଏହି ରୋଡ ସୋ’ରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି।
ବୁଥ୍ ଅଭିମୁଖେ ପୁଲିଂ କର୍ମଚାରୀ
ଆଉ ମାତ୍ର ଗୋଟିଏ ଦିନ ପରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୪ ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ବୁଥ୍କୁ ଇଭିଏମ୍ ମେସିନ ସହ ପୁଲିଂ କର୍ମଚାରୀ ଯାଉଛନ୍ତି।]

ଅନୁଭବ, ଶଶୀଭୂଷଣଙ୍କ ସହ ପ୍ରାର୍ଥିପତ୍ର ଦାଖଲ କଲେ ଅନେକ ହେଭିୱେଟ
ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ସରିଛି। ଏପ୍ରିଲ ୨୯ରେ ୬ଲୋକସଭା ଆସନ ସହ ୪୨ ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଶେଷଦିନରେ ଅନେକ ହେଭିୱେଟ ନେତା ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେନ୍ଦ୍ରାପଡ଼ାରେ ବିଜେଡିର ଲୋକସଭା ପ୍ରାର୍ଥି ଅନୁଭନ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ବିଜେଡିରେ ସାମିଲ ହେଲେ ସୁମିତ୍ରା ଜେନା
ବିଜୁ ଜନତା ଦଳରେ ସାମିଲ ହେଲେ ସୁମିତ୍ରା ଜେନା। ସୁମିତ୍ରା ମଙ୍ଗଳବାର ସକାଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସକାଳେ ହାତ ଛାଡ଼ିଥିବା ସୁମିତ୍ରା ସନ୍ଧ୍ୟାରେ ନବୀନ ନିବାସରେ ଶଙ୍ଖ ଫୁଙ୍କିଛନ୍ତି। ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଥିଲେ ସୁମିତ୍ରା। ସେ ଭଦ୍ରକ ଜିଲ୍ଲା ପଣ୍ଡାରିପୋଖରୀ ପାଇଁ ଟିକେଟ ଆଶାୟୀ ଥିଲେ। ହେଲେ କଂଗ୍ରେସ ପକ୍ଷରୁ ତାଙ୍କୁ ଟିକେଟ ନମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଥିଲେ।

ବିଜେଡିର କାଳିଆ ଚିନ୍ତା – ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଜେ ଫେରାଦ ହେଲେ ନବୀନ
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଅଟକାଯିବାକୁ ନେଇ ନିଜେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି। କାଳିଆ ଯୋଜନାର ଟଙ୍କା କେନ୍ଦ୍ର ସରକାର ଅଟକାଇ ଦେଇଥିବା ଅଭିଯୋଗରେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲା। ଏପରିକି ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟି ଫେରାଦ ହୋଇଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା। କାଳିଆ ଯୋଜନାରେ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସି ନଥିଲା।

ଆସିଲା ବିଜେଡିର ଇସ୍ତାହାର – କ’ଣ ନାହିଁ ଏଥିରେ?
ବିଜେଡି ମଙ୍ଗଳବାର ୨୦୧୯ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି। ଯେଉଁଥିରେ ଅନେକ କିଛି ଉଲ୍ଲେଖ ରହିଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଇସ୍ତାହାର ଘୋଷଣା କରାଯାଇଛି। ଏଥର ବିଜେଡିର ଇସ୍ତାହାରର ଥିମ୍ ରହିଛି ‘ନବୀନ ଓଡ଼ିଶା ଶସକ୍ତ ଓଡ଼ିଶା’।
ବିଜେପିରେ ଯୋଗ ଦେଲେ ରବି ପାଣି
ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି ଆଜି ବିଜେପିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କୁ ନେଇ ରବି ଆଜି ପଦ୍ମ ଧରିଛନ୍ତି। ଗତ ରବିବାର ଦିନ ରବି ବିଜେଡିରୁ ଇସ୍ତଫା ଦେଇଥିଲେ।

ନିର୍ବାଚନ ମଇଦାନରେ ୩ ବଲିଉଡ ଷ୍ଟାର, କାହା ପାଖରେ ରହିଛି କେତେ ସମ୍ପତ୍ତି?
ଲୋକସଭା ନିର୍ବାଚନରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ମଇଦାନକୁ ଓହ୍ଲାଇ ସାରିଛନ୍ତି। ହେଲେ ସବୁଠାରୁ ଅଧିକ ନଜର ନିର୍ବାଚନ ଲଢ଼ୁଥିବା ବଲିଉଡ ଷ୍ଟାରଙ୍କ ଉପରେ ରହିଛି। ଏଥର ନିର୍ବାଚନରେ ବଲିଉଡର ୩ ଲୋକପ୍ରିୟ ଷ୍ଟାରଙ୍କ ନାମ ରହିଛି। ସେମାନେ ହେଲେ ହେମାମାଳିନୀ, ଉର୍ମିଳା ମାତୋଣ୍ଡକର ଏବଂ ଜୟପ୍ରଦା। ଏହି ତିନି ଜଣ ନିଜର ପ୍ରାର୍ଥିପତ୍ର ମଧ୍ୟ ଦାଖଲ କରିସାରିଛନ୍ତି।








ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।










