ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ଅରିନ୍ଦମ ଅଭିନେତାରୁ ରାଜନେତା ପାଲଟିଛନ୍ତି। ଶେଷ ପର୍ଯ୍ୟାୟ ଟିକେଟ ଘୋଷଣା ପୂର୍ବରୁ ଅରିନ୍ଦମଙ୍କୁ ଟିକେଟ ମିଳିବା କଥା ଚର୍ଚ୍ଚା ଜୋର ସୋରରେ ହେଉଥିଲା। କିନ୍ତୁ ଓଡିଶାଲାଇଭ୍‌କୁ ଦେଇଥିବା ସାକ୍ଷାତକାରରେ ଏହା ଖାଲି ଚର୍ଚ୍ଚା ବୋଲି କହିଛନ୍ତି ଅରିନ୍ଦମ।

“ମୁଁ ଏବେ ରାଜନୀତି ପ୍ରତି ଆକର୍ଷିତ ହୋଇଛି ଏବଂ ରାଜନୀତିକୁ ଉପଭୋଗ କରୁଛି। ଲୋକଙ୍କ ସହିତ ମିଶି ଲୋକଙ୍କ ପାଇଁ କାମ କରିବାକୁ ଖୁସି ଲାଗୁଛି’’, ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଅରିନ୍ଦମ।

ବାରବାଟୀ-କଟକ ବିଧାୟକ ଆସନ ଲାଗି ବିଜେଡିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଅରିନ୍ଦମଙ୍କ ନାଁ ଚର୍ଚ୍ଚାରେ ରହିଥିଲା। କିନ୍ତୁ ପରିଶେଷରେ ବିଜେଡି ଦେବାଶିଷ ସାମସ୍ତରାୟଙ୍କୁ ଟିକେଟ୍‌ ଦେଇଥିଲା।

ଏନେଇ ସେ କହିଛନ୍ତି, “ଚର୍ଚ୍ଚା ଖାଲି ଚର୍ଚ୍ଚା। ଏ ବିଷୟରେ ନା ମୁଁ ଚର୍ଚ୍ଚା କରିଛି ନା ମୁଖ୍ୟମନ୍ତ୍ରୀ ଚର୍ଚ୍ଚା କରିଛନ୍ତି। ଲୋକଙ୍କ ଚର୍ଚ୍ଚା ଲୋକଙ୍କ ଭିତରେ ହିଁ ଅଛି।”

ବିଜେଡି କର୍ମୀ ଅଛି, ରହିବି

ବିଜୁ ଜନତା ଦଳରେ କର୍ମୀ ହୋଇଅଛି ଓ କର୍ମୀ ହୋଇ ରହିବି। ବିଜୁ ଜନତା ଦଳ ପାଇଁ ମୁଁ କାମ କରିଆସୁଛି, ଆଗକୁ ବି କାମ କରିବ। ମୋର ପଦ ପଦବୀରର ଲାଳସା ନାହିଁ। କେବଳ ଯୁବପିଢ଼ି ନୁହେଁ ସବୁ ବର୍ଗର ଲୋକଙ୍କ ଆଶୀର୍ବାଦ ମିଳୁଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଅରିନ୍ଦମ।

ଅରିନ୍ଦମ କହିଛନ୍ତି, “ବିଜେଡି ମୋର ଫାଷ୍ଟ ଲଭ୍‌। ୨୦୧୯ରେ ବିଜେଡି ୧୦୦ ପ୍ରତିଶତ ସରକାର ଗଢ଼ିବ।”

ନବୀନ ଆଉଥରେ ମୁଖ୍ୟମନ୍ତ୍ରୀ ହେବେ

“ଆଗରୁ ଯାହା ହୋଇଛି ଏଥର ସେୟା ହେବ। ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ବିଜେପିର ଦାବି ନେଇ ଆମକୁ କିଛି ଫରକ ପଡ଼ିବ ନାହିଁ। ବିରୋଧୀ ବୟାନବାଜି କରୁଥିବେ ଆମେ ଆମ କାମ କରୁଥିବୁ”, କହିଛନ୍ତି ଅରିନ୍ଦମ।

Comment