ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରୁ ଇସ୍ତଫା ଦେଇଥିବା ୪ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଆଠମଲ୍ଲିକ ବିଧାୟକ ରମେଶ ସାଏ ଏବଂ ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ମଙ୍ଗଳବାର ଦିନ ବାଚସ୍ପତିଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି।

କାହିଁକି ବିଧାୟକ ପଦ ରଦ୍ଦ ହେବ ନାହିଁ, ସେ ନେଇ ପକ୍ଷ ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ମେ’ ୨୭ ତାରିଖ ସୁଦ୍ଧା ଉତ୍ତର ରଖିବାକୁ କୁହାଯାଇଛି। ସରକାରୀ ଦଳର ମୁଖ୍ୟ ସଚେତକଙ୍କ ଆବେଦନ ଆଧାରରେ ବିଜେଡି ଛାଡ଼ିଥିବା ୪ ଜଣ ବିଧାୟକଙ୍କୁ ଏହି ନୋଟିସ୍ କରାଯାଇଛି।

Tags: #Politics #OdishaPolitics #BJD #ShowCauseNotice #Odisha #MLAs

LEAVE A REPLY

Please enter your comment!
Please enter your name here