ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ରିଟେନରେ କୋଟି କୋଟି ଅଣ୍ଡା ଫିଙ୍ଗା ଯାଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବ୍ରିଟେନର ଲୋକମାନେ ପ୍ରତିବର୍ଷ ୭୨ କୋଟି ଅଣ୍ଡା ଫିଙ୍ଗି ଦେଉଛନ୍ତି। ୨୦୦୮ରେ ଯେତିକି ଅଣ୍ଡା ଫିଙ୍ଗିଥିଲେ ତା’ର ତିନିଗୁଣ ଅଣ୍ଡା ଚଳିତବର୍ଷ ଫିଙ୍ଗିଛନ୍ତି।

ବ୍ରିଟିଶ୍ ଏଗ୍ ଇଣ୍ଡଷ୍ଟ୍ରି କାଉନସିଲ ରିପୋର୍ଟ ଅନୁଯାୟୀ, ଗତବର୍ଷ ଇଂଲଣ୍ଡରେ ୭.୨ ବିଲିୟନ ଅଣ୍ଡା ବିକ୍ରି ହୋଇଥିଲା। ଏହାର ଠିକ୍ ବର୍ଷକ ତଳେ ବିକ୍ରି ହୋଇଥିବା ଅଣ୍ଡାର ୪ ପ୍ରତିଶତ ଅଧିକ। ରିପୋର୍ଟ ଅନୁସାରେ ୨୯ ପ୍ରତିଶତ ଲୋକେ ଏହି ଅଣ୍ଡାକୁ ଫିଙ୍ଗି ଦେଇଛନ୍ତି।

ଅଣ୍ଡା ଫିଙ୍ଗିବାର କାରଣ ସମ୍ପର୍କରେ ଏଠାକାର ଲୋକେ କୁହନ୍ତି, ଅଣ୍ଡାର ଏକ୍ସପାଏରୀ ଡେଟ୍ ଚାଲିଯାଉଛି। ତେଣୁ କିଛିଦିନ ପରେ ଅଣ୍ଡାକୁ ଫିଙ୍ଗି ଦେଇଥାନ୍ତି। ଦୀର୍ଘଦିନ ଧରି ଲୋକେ ଅଣ୍ଡା ଖାଉ ନ ଥିବାରୁ ବେଷ୍ଟ ବିଫୋର ୟୁଜ୍ ଡେଟ୍ ଚାଲିଯାଇଥାଏ। ଫଳରେ ଏହାକୁ ଫିଙ୍ଗି ଦେବାକୁ ଉଚିତ୍ ମନେ କରିଥାନ୍ତି ବ୍ରିଟେନର ଲୋକେ।

ବ୍ରିଟେନରେ ଯେଉଁ ଅଣ୍ଡା ଫିଙ୍ଗି ଦିଆଯାଇଛି ସେଥିରୁ ୨୩ ପ୍ରତିଶତ ଅଣ୍ଡା ଭଲ ଥିବା ଜଣାପଡ଼ିଛି। ତେବେ ଫିଙ୍ଗିବା ପୂର୍ବରୁ ଏହାକୁ ପରୀକ୍ଷା କରାଯିବା ଜରୁରୀ। କିନ୍ତୁ ବ୍ରିଟେନର ଲୋକମାନେ କେବଳ ଡେଟ୍ ଦେଖି ଫିଙ୍ଗି ଦେଉଥିବାରୁ ଆଗାମୀ ଦିନରେ ଅଣ୍ଡାର ଘୋର ସଂକଟ ଦେଖାଦେଇପାରେ।

Comment