ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରମୋଦ ଜେନା। ପ୍ରମୋଦ ପାରାଦୀପରେ କଂଗ୍ରେସର ଟାଣୁଆ ନେତା ଥିଲେ। ତାଙ୍କୁ ଏଥର କଂଗ୍ରେସ ଟିକେଟ ନମିଳିବାରୁ ସେ ବିଜେଡିରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱରସ୍ଥିତ ବିଜେଡି କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରମୋଦ ବିଜେଡିରେ ଯୋଗ ଦେଇଛନ୍ତି। ପାରଦୀପର ବିଜେଡି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ।

ପାରାଦୀପ ବିଧାନସଭା ଆସନରୁ କଂଗ୍ରେସ ଅରିନ୍ଦମ ସର୍ଖେଲ (ବାପି)ଙ୍କୁ ପ୍ରାର୍ଥୀ କରିଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ପ୍ରମୋଦ ଜେନା କଂଗ୍ରେସରୁ ଇସ୍ତଫା ଦେଇଥିବା ତାଙ୍କ ସମର୍ଥକମାନେ କହିଛନ୍ତି।

ବାପି ସର୍ଖେଲଙ୍କ ବିପକ୍ଷରେ ବିଜେଡି ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପ୍ରାର୍ଥୀ କରିଛି।

“କଂଗ୍ରେସ ଦଳରେ ଆଉ ନୀତି, ଆଦର୍ଶ ନାହିଁ। ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ଟିକେଟ ପାଇଥିଲେ ମଧ୍ୟ ଦଳରୁ ଇସ୍ତଫା ଦେଉଛନ୍ତି”, କହିଛନ୍ତି ପ୍ରମୋଦ।

ସେ ଆହୁରି ମଧ୍ୟ କହିଛନ୍ତି, ”ପାରାଦୀପ ବିଧାନସଭା ଆସନରୁ କଂଗ୍ରେସ ଯାହାକୁ ପ୍ରାର୍ଥୀ କରିଛି ସେ ଅପରାଧ ପୃଷ୍ଠଭୂମି ସହ ଜଡ଼ିତ। ଏଣୁ ମୁଁ କଂଗ୍ରେସରେ ରହିବାକୁ ଉଚିତ ମନେ କଲିନାହିଁ।

Comment