ଓଡ଼ିଶାଲାଇଭ୍‌ ବ୍ୟୁରୋ

ହନିମୁନ ପାଇଁ ନବବିବାହିତ ଦମ୍ପତି ବଡ଼ ଏବଂ ଭଲ ହୋଟେଲ ଯିବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ହୋଟେଲର ବିଲ୍ ଏବଂ ଖାଇବା ଖର୍ଚ୍ଚ ଦେଖିଲେ ବଜେଟକୁ ନେଇ କିଛିଟି ଚିନ୍ତାରେ ପଡ଼ିବା ସ୍ୱାଭାବିକ। ଅଧିକାଂଶ ଲୋକେ ଭାବିଥାନ୍ତି ଏଭଳି ହୋଟେଲ ମିଳୁ ଯେଉଁଠି ଟ୍ରିପ୍ କରିବା ସହିତ କମ୍ ଖର୍ଚ୍ଚରେ ସମସ୍ତ କାର୍ଯ୍ୟ ସରିଯିବ। ବିଶ୍ୱରେ ଏଭଳି ଏକ ହୋଟେଲ ରହିଛି ଯେଉଁଠିକୁ ଗଲେ ଲୋକଙ୍କୁ ଟଙ୍କା ମଧ୍ୟ ମିଳୁଛି। କିନ୍ତୁ ଏଥିପାଇଁ କିଛିଟା ସର୍ତ୍ତ ମାନିବାକୁ ପଡ଼ିବ।

ଗ୍ରାହକଙ୍କୁ ଏଭଳି ଅଫର ଇସ୍ରାଏଲରେ ୟେହଦ୍ଦା ନାମକ ହୋଟେଲ ଦେଉଛି।  ହୋଟେଲକୁ ଆସୁଥିବା କପଲ ଯଦି ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଗର୍ଭବତୀ ହୁଅନ୍ତି ତାଙ୍କୁ ବଡ଼ ପୁରସ୍କାର ରାଶି ଦିଆଯାଉଛି। ଗର୍ଭବତୀ ହେଲେ ୭୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ହୋଟେଲର ସମସ୍ତ ଖର୍ଚ୍ଚକୁ ଛାଡ଼ କରି ଦିଆଯାଇଥାଏ। ୪ ବର୍ଷରେ ଥରେ  ହୋଟେଲ ପକ୍ଷରୁ ଏଭଳି ସମାରୋହ ଆୟୋଜନ କରାଯାଇଥାଏ।

Comment