ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକଙ୍କୁ ନିଜ ପାଇଁ ଏକ ମିନିଟର ସମୟ ଦେଇପାରୁ ନାହାନ୍ତି। ଏପରିକି ଶୋଇବା ପାଇଁ ମଧ୍ୟ ସମୟ ମିଳିନଥାଏ। ଏମିତି କି ଛୁଟି ଦିନରେ ସମସ୍ତେ ଅଧିକ ସମୟ ଶୋଇବାକୁ ପସନ୍ଦ କରିଥାନ୍ତି କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇନଥାଏ। ହେଲେ ଏବେ ଶୋଇଲେ ବି ଟଙ୍କା ମିଳିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ଏବେ ଅନ୍ତରୀକ୍ଷରେ ଶୋଇବାର ସୁଯୋଗ ମିଳିବ ଏବଂ ପୂରା ଦୁଇ ମାସ ପାଇଁ। ଏଥିପାଇଁ ଟଙ୍କା ମଧ୍ୟ ମିଳିବ। ଆମେରିକା ସ୍ପେସ୍ ଏଜେନ୍ସି (ନାସା) ଏଥିପାଇଁ ୟୁରୋପିଆନ ସ୍ପେସ ଏଜେନ୍ସି (ଇଏଏସଏ) ସହିତ ହାତ ମିଳାଇଛି।  କୁତ୍ରିମ ଗୁରୁତ୍ୱ ଶକ୍ତି ଉପରେ ଶୋଇବା ନେଇ ଅଧ୍ୟୟନ କରିବା ପାଇଁ ଦୁଇ ସ୍ପେସ ଏଜେନ୍ସି ହାତ ମିଳାଇଛନ୍ତି। ଏହା କେତେ ଉପଯୋଗୀ ହେବ ଏକ ଅଧ୍ୟୟନ ମାଧ୍ୟମରେ ବୈଜ୍ଞାନିକ ମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଏଜେନ୍ସି ଏଥିପାଇଁ ଲକ୍ଷାଧିକ ଟଙ୍କାର ଦରମା ପ୍ରଦାନ କରୁଛି।

ଏଥିପାଇଁ ନାସା ୧୨ ଜଣ ପୁରୁଷ ଏବଂ ୧୨ ଜଣ ମହିଳା ଆବଶ୍ୟକ କରୁଛି। ଏମାନଙ୍କ ବୟସ ସୀମା ୨୪ରୁ ୫୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କାମ ହେଉଛି କେବଳ ୨ ମାସ ପାଇଁ ବେଡ୍‌ରେ ଶୋଇ ରହିବ। ଏହି କାମ ପାଇଁ ଏଜେନ୍ସି ୧୮ ହଜାର ୫୦୦ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୧୩ ଲକ୍ଷ  ଟଙ୍କା ଦେବ। ବେଡ୍ ରେଷ୍ଟ ଅଧ୍ୟୟନ ଜର୍ମାନ ଏୟାର ସ୍ପେସରୁ କରାଯିବ। କେବଳ ଶୋଇବା ନୁହେଁ ଆରାମ କରିବା ସହିତ ଖାଇବା, ମନୋରଞ୍ଜନ ପର୍ଯ୍ୟନ୍ତ ସମସ୍ତ ପ୍ରକାର କାର୍ଯ୍ୟ ବେଡରେ ହିଁ କରିବାକୁ ପଡ଼ିବ।

LEAVE A REPLY

Please enter your comment!
Please enter your name here