ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ମୋଟ ୨୭୧୨ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଖାଲିଥିବା ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ ଗୁଡ଼ିକ ଏହା ଦ୍ଵାରା ପୂରଣ ହେବ।    

ଏହି ସବୁ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ନଭେମ୍ବର ୨୦ ଆବେଦନର ଶେଷ ତାରିଖ।

ଆପଣମାନେ ଓଏସଏସଏସସିର ଏହି ପରୀକ୍ଷା ପାଇଁ ଆବେଦନ କରିବକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

  ପଦବୀ ସଂଖ୍ୟା

  • ଲାଇଭଷ୍ଟକ ଇନ୍ସପେକ୍ଟର –  ୭୧୯
  • ଫରେଷ୍ଟର – ୩୧୬
  • ଫରେଷ୍ଟ ଗାର୍ଡ – ୧୬୭୭

ଯୋଗ୍ୟତା

  • ଲାଇଭଷ୍ଟକ ଇନ୍ସପେକ୍ଟର
    • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ସେମାନେ ଅତିକମରେ ଯୁକ୍ତ ୨ ବିଜ୍ଞାନ କିମ୍ବା ଆନିମଲ ହାସବେଣ୍ଡାରିରେ ଯୁକ୍ତ ୨ ଭୋକେସନାଲ ପାଠ୍ୟକ୍ରମ ପାସ କରିଥିବା ଆବଶ୍ୟକ      
  • ଫରେଷ୍ଟର
    • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ସେମାନେ ଅତିକମରେ ଯୁକ୍ତ ୨ ବିଜ୍ଞାନ ପାସ କରିଥିବା ଆବଶ୍ୟକ   
    • ସେମାନଙ୍କ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ    
  • ଫରେଷ୍ଟ ଗାର୍ଡ
    • ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
    • ସେମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ   
    • ସେମାନଙ୍କ କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ    

ଚୟନ ପ୍ରକ୍ରିୟା

ଏହି ସବୁ ପଦବୀ ପାଇଁ ଓଏଚପିସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କର ଶାରୀରିକ ପରୀକ୍ଷା କରାଯିବ। ଏହାପରେ ଚୟନ ହୋଇଥିବା

ସାର୍ଟିଫିକେଟ ଯାଞ୍ଚ ସହ ମେଡିକାଲ ଭେରିଫିକେସନ କରାଯାଇ ନିଯୁକ୍ତି ଦିଆଯିବ।

କେମିତି କରିବେ ଆବେଦନ

  • ଓଏସଏସଏସସିର ୱେବସାଇଟ osssc.gov.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ଏହାପରେ ‘ଆପ୍ଲାଏ ଅନଲାଇନ’ରେ କ୍ଲିକ କରନ୍ତୁ
  • ସେଠାରେ ଲଗ ଇନ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଓଏସଏସଏସସି ପକ୍ଷରୁ ଏହି ପଦବୀ ପାଇଁ କେବେ ଲିଖିତ ପରୀକ୍ଷା କରାଯିବ ସେ ନେଇ ଆଗକୁ ସୂଚନା ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସଏସସି ୱେବସାଇଟରେ ଉପଲବ୍ଧ।

Tags: #OSSSC #Vacancy #EmploymentOpportunity #Odisha

Comment