ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆସନ୍ତାକାଲି ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ।  ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ ହେବ।

ବ୍ରହ୍ନପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ଆସନ ଅଧୀନରେ ଆସୁଥିବା ବିଧାନସଭା ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

୪ଲୋକସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୨୮ ଜଣ ସେହିପରି ୨୮ଟି ବିଧାନସଭା ଆସନ ଲାଗି ମୋଟ ପ୍ରାର୍ଥୀ ଅଛନ୍ତି ୧୯୧ ଜଣ। ଏହାସହିତ ପ୍ରଥମ ପର୍ଯ୍ୟାୟରେ ମୋଟ ୬୦ଲକ୍ଷରୁ ଅଧିକ  ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ସେହିପରି ନିର୍ବାଚନ ପରିଚାଳନା ଲାଗି ମୋଟ ୪୭୫୦୮ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ନିର୍ବାଚନ ରେ ଥିବା ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

Comment