ଓଡ଼ିଶାଲାଇଭ୍ ବ୍ୟୁରୋସୌଜନ୍ୟ – ଜୀ

ଚାଲିବାକୁ ଦେହରେ ଶକ୍ତି ନାହିଁ, ତଥାପି ଗଣତନ୍ତ୍ରର ମହାଯୁଦ୍ଧରେ ସାମିଲ ହୋଇ ୧୦୨ ବର୍ଷିୟ ବୃଦ୍ଧା ଦେଲେ ଭୋଟ

ଲୋକସଭା ଓ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୭ଟାରୁ ଭୋଟର ମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଅନେକ ପୁଲିଂବୁଥ ସାମ୍ନାରେ ଭୋଟରଙ୍କ ଲମ୍ବାଲାଇନ ମଧ୍ୟ ଦେଖିବାକୁ ମିଳିଛି। ନିଜର ମତାଧିକାର ସାବ୍ୟସ୍ତ କରିବା ଲାଗି ସବୁ ବର୍ଗର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଏହାରିଭିତରେ ଏମିତି ଏକ ଦୃଷ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖି ଯେଉଁମାନେ ଭୋଟ ଦେବାକୁ ଯାଉନାହାନ୍ତି ସେମାନଙ୍କୁ ପ୍ରେରଣା ମିଳିବ।

ଛତିଶଗଡ ସୁକମାର ଦୌରାନପାଳର ରହୁଥିବା ଜଣେ ବୃଦ୍ଧା ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବୃଦ୍ଧାଙ୍କ ବୟସ ୧୦୨, ଚାଲିବାକୁ ଶକ୍ତି ନାହିଁ ତଥାପି ଗଣତନ୍ତ୍ରର ଏହି ମହାଯୁନ୍ଧରେ ସେ ନିଜକୁ ସାମିଲ କରିଛନ୍ତି।

ଭୋଟ ଦେବାପରେ ବୃଦ୍ଧାଜଣଙ୍କ କହିଛନ୍ତି କି ସେ ସ୍ୱାଧୀନତା ପରଠୁ ଭୋଟ ଦେଇଆସୁଛନ୍ତି। ଯେତେବେଳେ ମହିଳା ଜଣଙ୍କ ଭୋଟଦେବା ଲାଗି ବୁଥରେ ପହଞ୍ଚିଥିଲେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିଲା। ଲୋକେ ତାଙ୍କୁ ଲାଇନ୍‌ରେ ଛିଡ଼ା ହେବାକୁ ଦେଇନଥିଲେ , ସେ ପ୍ରଥମେ ତାଙ୍କର ଭୋଟ ଦେଇଥିଲେ।

Comment