ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୪ ଲୋକସଭା ସହ ୨୮ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି। ନବରଙ୍ଗପୁରର ଅନେକ ମାଓ ଅଧ୍ୟୁଷିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥଅଛି। ସେହି ସବୁ ଅଞ୍ଚଳରେ ପୋଲିସର ସୁରକ୍ଷା ବ୍ୟବସ୍ଥାର ସହ ମତଦାନ ଚାଲିଛି।

ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚଟାହାଣ୍ଡି ଗାଁରେ ଏକ ବୁଥରେ ଇଭିଏମ୍‌ ମେସିନ୍‌ ଖରାପ ହୋଇଥିବା ଖବର ଆସିଥିଲା। ଯାହାପରେ ଯାନ୍ତ୍ରିକ ତ୍ରୁଟିକୁ ସଜଡ଼ାଯାଇଥିଲା। ପାଖାପାଖି ଏକ ଘଣ୍ଟା ବିଳମ୍ବରେ ସେଠାରେ ମତଦନା ଆରମ୍ଭ ହୋଇଛି।

ସେହିପରି ଉମରକୋଟ ବିଧାନସଭା ନିର୍ବାଚନମଣ୍ଡଳୀର ରାଇଘର ବ୍ଲକର ପତ୍ରକୋର ୬ନମ୍ବର ୱାର୍ଡରେ ମଧ୍ୟ ଇଭିଏମ୍‌ ତ୍ରୁଟି ଦେଖାଦେଇଥିଲା। ସେଠାରେ ପାଖାପାଖି ୪୫ରୁ ଏକଘଣ୍ଟା ବିଳମ୍ବ ହୋଇଛି। ମେସିନ୍‌ ଖରାପ ଯୋଗୁଁ ଧାଡିରେ ଥିବା ଭୋଟରେ ମାନେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Comment