ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ବିଜେଡି ଆଣିଲା ସାଂଘାତିକ ଅଭିଯୋଗ। ବୈଜୟନ୍ତ ୨୦୧୪ ନିର୍ବାଚନ ସତ୍ୟପାଠରେ ଗୋଟିଏ ତଥ୍ୟ ଏବଂ ୨୦୧୯ ନିର୍ବାଚନ ସତ୍ୟପାଠରେ ଆଉ ଗୋଟିଏ ତଥ୍ୟ ଦେଇଥିବା ବିଜେଡି ଅଭିଯୋଗ କରିଛି। ଭୁଲ ତଥ୍ୟ ଦେଇ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କୁ ଠକି ଥିବା ବିଜେଡି କହିଛି।

୨୦୧୪ ନିର୍ବାଚନରେ ନିଜ ପାରିବାରିକ କମ୍ପାନିରୁ କୌଣସି ଆୟ ହେଉ ନଥିବା ବୈଜୟନ୍ତ କହି ଭୁଲ୍ ତଥ୍ୟ ଦେଇଥିବା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।

୨୦୧୪ ନିର୍ବାଚନ ବେଳେ ଇମ୍ଫାର ବାର୍ଷିକ ରିପୋର୍ଟ ବାବଦରେ ବୈଜୟନ୍ତ ଦର୍ଶାଇ ନଥିଲେ। ଏପରିକି ସତ୍ୟପାଠରେ ବୈଜୟନ୍ତ ଇମ୍ଫାର ଭାଇସ ଚେୟାରମ୍ୟାନ ଥିବା ଦର୍ଶାଇ ନଥିଲେ। ଏହାକୁ ନେଇ ବୈଜୟନ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହୋଇଥିଲା।

୨୦୧୯ ନିର୍ବାଚନୀ ସତ୍ୟପାଠରେ ବୈଜୟନ୍ତ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତେବେ ବୈଜୟନ୍ତ ୨୦୧୪ରେ କାହିଁକି ମିଥ୍ୟା ସତ୍ୟପାଠ ଦେଇଥିଲେ ବୋଲି ବିଜେଡି ପ୍ରଶ୍ନ କରିଛି।

Comment