ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ବିଶ୍ୱଜିତ ମହାନ୍ତି। ବିଶ୍ୱଜିତ ମହାନ୍ତି ବିଜେପିର ମୁଖପାତ୍ର ଥିଲେ। ବାରବାଟୀ-କଟକ ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ଥିଲେ।

ବାରବାଟୀ-କଟକରୁ ବିଜେପି ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ଟିକେଟ ଦେଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ବିଶ୍ୱଜିତ ବିଜେପି ଛାଡ଼ିଥିବା କୁହାଯାଉଛି।

ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଶ୍ୱଜିତ ଶଙ୍ଖ ଧରିଛନ୍ତି। ବିଶ୍ୱଜିତଙ୍କ ଯୋଗଦାନ କଟକରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ବିଜେଡି ନେତାମାନେ ଆଶାବାଦୀ ଅଛନ୍ତି।

Comment