ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ କ୍ଷୀର ଲିଟର ଦାମ୍ କେତେ ଟଙ୍କା ହୋଇଥିବ। ଏକ ଲିଟର କ୍ଷୀରର ଦାମ୍ ୪୦ରୁ ୪୫ ଟଙ୍କା ମଧ୍ୟରେ ହୋଇଥିବ। କିନ୍ତୁ ଏଭଳି ଏକ ଦେଶ ଅଛି ଯେଉଁଠି କ୍ଷୀର ଲିଟର ପିଛା ୧୮୦ ଟଙ୍କାରେ ବିକ୍ରି ହେଉଛି। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ ଅଟେ। ପଡ଼ୋଶୀ ଦେଶ ପାକିସ୍ତାନରେ କ୍ଷୀର ଲିଟର ପିଛା ୧୮୦ ଟଙ୍କାରେ ବିକ୍ରି ହେଉଛି।

କହିବାକୁ ଗଲେ ପାକିସ୍ତାନୀବାସୀଙ୍କୁ ସମସ୍ୟା ଛାଡ଼ିବାରେ ନାହିଁ। ମହଙ୍ଗା ଦର ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ପେଟ୍ରୋଲ, ଡିଜେଲ, ପନିପରିବା ଦର ବୃଦ୍ଧି ଯୋଗୁ ଲୋକେ ନାନା ପ୍ରକାର ହଇରାଣର ଶିକାର ହୋଇଛନ୍ତି। ଏବେ କ୍ଷୀର ଦାମ୍ ହୁ ହୁ ହୋଇ ବଢ଼ିବାରେ ଲାଗିଛି। କରାଚି ଦୁଗ୍ଧ ଚାଷୀ ସଂଘ କ୍ଷୀର ଦାମରେ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି। ଏକା ଥରକେ ଲିଟର ପିଛା ୨୩ ଟଙ୍କା ବୃଦ୍ଧି କରିଥିବାରୁ ଲିଟର ୧୨୦ ଟଙ୍କାରେ ପହଞ୍ଚିଛି।

ଖୁଚୁରା ବଜାରରେ ଏହା ୧୩୦ ଟଙ୍କାରୁ ୧୮୦ ମଧ୍ୟରେ ବିକ୍ରି ହେଉଛି। ଏହାକୁ ନେଇ ପାକିସ୍ତାନୀ ଜନତାଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ହୋଇଛି। ପ୍ରକାଶିତ ଡନ୍ ନ୍ୟୁଜ ଅନୁସାରେ ଦୁଗ୍ଧ ଦର ବୃଦ୍ଧି ପାଇଁ ସଂଘ ପୂର୍ବରୁ ଦାବି କରି ଆସୁଥିଲା। କିନ୍ତୁ ସରକାର କୌଣସି ପ୍ରକାର ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ଦର ବୃଦ୍ଧି ପାଇଁ ସଂଘ ନିଷ୍ପତ୍ତି ନେଇଛି। ପ୍ରଶାସନ ପକ୍ଷରୁ କ୍ଷୀର ଲିଟର ପିଛା ୯୪ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଖୁଚୁରା ବଜାରରେ ଲିଟର ପିଛା ୧୩୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି।

Comment