ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ବାଙ୍କିରୁ ଆଶିଷ କୁମାର ମହାପାତ୍ର) – ବାଙ୍କିରେ ଅନୁଷ୍ଠିତ ହୋଇଥିବା ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟରଙ୍କୁ ବିକାଶର ସ୍ୱପ୍ନ ଦେଖାଇଛନ୍ତି। ବାଙ୍କି ବ୍ଳକ କଳାପଥର ଦମକଳ କେନ୍ଦ୍ର ସାମ୍ନା ଖେଳ ପଡ଼ିଆରେ ଆୟୋଜିତ ସଭାରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ତୀର ମାରିଥିଲେ।

ଚିଟଫଣ୍ଡ ଦୁର୍ନୀତିରେ ଜଡ଼ିତ ସରକାର ବଦଳିବା ଦରକାର ବୋଲି ଧର୍ମେନ୍ଦ୍ର କହିଥିଲେ।

ଧର୍ମେନ୍ଦ୍ର କହିଥିଲେ, ‘‘ସାରା ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବେକାରୀ ଯୁବକ ଯୁବତୀମାନେ ଉଚ୍ଚଶିକ୍ଷିତ ହୋଇ ଚାକିରି ନପାଇ ବେକାର ହୋଇ ବୁଲୁଛନ୍ତି। କେନ୍ଦ୍ର ଓ ରାଜ୍ୟରେ ବିଜେପି ଯଦି କ୍ଷମତାକୁ ଆସିବ ତେବେ ବେକାର ଯୁବକମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବ।’’

ଧର୍ମେନ୍ଦ୍ର ଆହୁରି କହିଥିଲେ ଯେ ରାଜ୍ୟରେ ବଡ଼ ଧରଣର ଚିଟଫଣ୍ଡ ଠକେଇ ହେଲା। ହେଲେ ଏଯାଏଁ ଲୋକଙ୍କୁ ଟଙ୍କା ମିଳିପାରି ନାହିଁ। ବିଜେପି କ୍ଷମତାକୁ ଆସିଲେ ଜମାକାରୀଙ୍କୁ ଟଙ୍କା ମିଳିବ ଏବଂ ଚିଟଫଣ୍ଡ ଚୋରଙ୍କୁ ଗିରଫ କରାଯିବ।

ସେହିପରି କଂଗ୍ରେସକୁ ମଧ୍ୟ କଟାକ୍ଷ କରିଥିଲେ ଧର୍ମେନ୍ଦ୍ର। ଉକ୍ତ ନିର୍ବାଚନି ସାଧାରଣ ସଭାରେ ବିଜେପି ସାଂସଦ ପ୍ରାର୍ଥୀ ପ୍ରକାଶ ମିଶ୍ର, ବାଙ୍କି ବିଧାନସଭା ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢି, ସୁବଳ ବେହେରା, ତୁଷାରକାନ୍ତ ଚକ୍ରବର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comment