ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ନବୀନ ପଟ୍ଟନାୟକ ଏଥର ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି। ଗୋଟିଏ ସେ ପୂର୍ବରୁ ଲଢ଼ି ଆସୁଥିବା ଆସନ ହିଞ୍ଜିଳି ଓ ଅନ୍ୟଟି ହେଉଛି ପଶ୍ଚିମ ଓଡ଼ିଶାର ବିଜେପୁର ଆସନ।

ହିଞ୍ଜିଳି ଲାଗି ନବୀନ ପ୍ରଚାର କରୁଛନ୍ତି। ସେପଟେ ହିଞ୍ଜିଳି ଲାଗି ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହେଉଛନ୍ତି ପିତାମ୍ବର ଆଚାର୍ଯ୍ୟ। ସେ ଏବେ ଭାରତୀୟ ଜନତା ପାର୍ଟିର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

ପିତାମ୍ବରଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ସେ ପ୍ରତିକ୍ରିୟାରେ କହିଛନ୍ତି, “ବିଜେଡି ଏଥର ଭୟଭୀତ। ସେଥିଲାଗି ନବୀନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ହିଞ୍ଜିଳିର ଉନ୍ନତି ଲାଗି କିଛି କାମ କରାଯାଇନାହିଁ।”

ଅନ୍ୟପଟେ ହିଞ୍ଜିଳି ଲାଗି କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ରାମକୃଷ୍ଣ ପଣ୍ଡା।

ନବୀନ ପଟ୍ଟନାୟକ ହିଞ୍ଜିଳି ଆସନରୁ ଗତ ୪ଥର ହେବ ନିର୍ବାଚନ ଲଢ଼ି ଜିତିଛନ୍ତି ଏହା ସହିତ ପଞ୍ଚମ ଥର ଲାଗି ମଧ୍ୟ ହିଞ୍ଜିଳି ବିଧାନସଭା ଆସନ ଲାଗି ନିର୍ବାଚନ ଲଢ଼ୁଛନ୍ତି ନବୀନ ପଟ୍ଟନାୟକ।

ଏପ୍ରିଲ ୧୮ରେ ହିଞ୍ଜିଳି ନିର୍ବାଚନମଣ୍ଡଳୀଲାଗି ମତଦାନ ହେବ। ତେବେ ଦେଖିବାକୁ ବାକି ରହିଲା ହିଞ୍ଜିଳିବାସୀ ନିଜର ନେତା ଭାବେ କାହାକୁ ବାଛୁଛନ୍ତି। ଜନାଦେଶ କାହାସପକ୍ଷରେ ଯାଉଛି ତାହା ମେ ୨୩ରେ ସ୍ପଷ୍ଟ ହେବ।

Comment