ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସିକା ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମାରାଥନ ପ୍ରଚାର କରିବେ। ସକାଳ ୧୦ଟାରେ କନ୍ଧମାଳ ତୁମୁଡିବନ୍ଧରେ ପହଞ୍ଚି ସେଠାରେ ଆୟୋଜିତ ହେବାକୁ ଥିବା ସଭାରେ  ଯୋଗ ଦେବେ। ନବୀନଙ୍କ ସହ ସ୍ଥାନୀୟ ପ୍ରାର୍ଥୀ ମାନେ ଉପସ୍ଥିତ ରହିବେ।

ଏହାପରେ ଗଞ୍ଜାନ ଜିଲ୍ଲା ଧରାକୋଟରେ ଆୟୋଜିତ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ ନବୀନ। ଏହାପରେ ରୋଡ ସୋରେ ସାମିଲ ହେବେ ନବୀନ।

ସେହିପରି ଦିନ ୧ଟାରେ ଆସିକାରେ ଜନସଭାକୁ ସମ୍ବୋଧିତ କରିବେ ଏବଂ ଦିନ ୪ଟାରେ ପୋଲସରା ଆୟୋଜିତ ସଭାରେ ଯୋଗ ଦେବେ ନବୀନ। ନବୀନଙ୍କ ଗସ୍ତ ଲାଗି ବିଜେଡି କର୍ମୀ, ଶୁଭେଛୁ ଓ କର୍ମୀ ଉତ୍ସାହିତ ଅଛନ୍ତି।

Comment