ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଗସ୍ତରେ ଆସିବେ। ରାଜଧାନୀ ଭୁବନେଶ୍ୱରରେ କରିବେ ରୋଡ ସୋ’। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୋଦି ୧୬ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଏନେଇ ବିଜେପିର ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରୁ ଶିରିପୁର ଛକ ଦେଇ ବରମୁଣ୍ଡା ପଡ଼ିଆ ପଯ୍ୟନ୍ତ ରୋଡ ସୋ’ କରିବେ ମୋଦି। ଏହାପରେ ଭୁବନେଶ୍ୱରରେ ସଭା ସାରି ମୋଦି ସମ୍ବଲପୁର ଯିବେ ଓ ସେଠି ଏକ ସାଧାରଣ ସଭାରେ ଉଦବୋଧନ ଦେବେ।

ମୋଦିଙ୍କ ରୋଡ୍‌ ସୋ’କୁ ଦୃଷ୍ଟିରେ ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। କମିସନରେଟ୍‌ ପୋଲିସ୍‌ ପକ୍ଷରୁ ରୋଡ୍‌ରୁଟ୍‌, ପାର୍କିଂ, ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।

ଭୁବନେଶ୍ବର ଓ ସମ୍ବଲପୁର ଲୋକସଭା ଆସନ ଓ ତାହା ଅଧୀନରେ ଆସୁଥିବା ବିଧାନସଭା ଆସନରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ  ୨୩ରେ ଭୋଟ ଗ୍ରହଣ କରାଯିବ।

ଗତ ଥର ଯେତେବେଳେ ମୋଦି ନିର୍ବାଚନ ପ୍ରଚାରରେ ଓଡ଼ିଶା ଆସିଥିଲେ ନବୀନ ପଟ୍ଟନାୟକ ସରକାରକୁ ସମାଲୋଚନା କରିଥିଲେ ଓ କହିଥିଲେ ଯେ ଡବଲ ଇଞ୍ଜିନ ଲାଗିଲେ ହିଁ ଓଡ଼ିଶାର ପ୍ରକୃତ ବିକାଶ ହୋଇପାରିବ।

Comment