ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେଡି ସୁପ୍ରିମୋ କିଛି ନେତାଙ୍କୁ ଆଜି ନୂଆ ଦାୟିତ୍ୱ ଦେଇଛନ୍ତି। ବିଶେଷକରି ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନଙ୍କୁ ଅଲଗା ଦାୟିତ୍ୱ ଦେଇଛନ୍ତି।

ତେବେ ପ୍ରଫୁଲ୍ଲ ଘଡ଼ାଇଙ୍କୁ ସବୁଠୁ ବଡ଼ ଦାୟିତ୍ୱ ଦେଇଛନ୍ତି ନବୀନ। ତିନି ବିଧାନସଭା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଖୋର୍ଦ୍ଧା, ରଣପୁର ଓ ଚିଲିକା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ହେଲେ ପ୍ରଫୁଲ୍ଲ ଘଡ଼ାଇ।

ସେହିପରି ହିନ୍ଦୋଳ ପାଇଁ ରବି ନାରାୟଣ ନନ୍ଦଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସମ୍ବଲପୁର ବିଧାନସଭା ଲାଗି ନିରଞ୍ଜନ ପୂଜାରୀ ଓ ଅର୍କେଶ ସିଂହଦେଓ ହେଲେ ସହ ପର୍ଯ୍ୟବେକ୍ଷକ। ସୁଶାନ୍ତ ସିଂ କୁଚିଣ୍ଡା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।

Comment