ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ୫ଲୋକସଭା ଆସନ ସହ ୩୫ବିଧାନସଭା ଆସନ ଲାଗି ଭୋଟଗ୍ରହଣ ହେବ। ଏହା ପୂର୍ବରୁ ଆଜି ମତଦାନ ନେଇ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ନିର୍ବାଚନ ନେଇ ସମସ୍ତ ତଥ୍ୟ ଦିଆଯାଇଛି।

୫ଲୋକସଭା ଆସନ ଲାଗି ୩୫ ଓ ୩୫ ବିଧାନସଭା ଆସନ ଲାଗି ମଇଦାନରେ ୨୪୪ଜଣ ପ୍ରାର୍ଥୀ ଅଛନ୍ତି। ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା ଜାନାର୍ଦ୍ଦନ। ୨୪୪ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୯ ପୁରୁଷ ଓ ୫ଜଣ ମହିଳା ଅଛନ୍ତି। ଏଥର ମୋଟ ୭୬ ଲକ୍ଷ ୯୩ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ଥ କରିବେ।

ଦ୍ୱିତୀୟ ପର୍ଯ୍ୟାୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୩୯ଲକ୍ଷ ୪୫ହଜାର ୨୫ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୩୭ଲକ୍ଷ ୪୭ହଜାର ୪୯୩ ରହିଛି।

ମୋଟ ୬୦ହଜାରରୁ ଅଧିକ ପୁଲିଂ ଅଧିକାରୀ ନିୟୋଜିତ ରହିବେ। ଏଥର ମୋଟ ୩୭୦୧ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।

ଭୋଟିଂ ସମୟରେ ଭିଡ଼ିଓ ଗ୍ରାଫି ଓ ଷ୍ଟିଲ ଫଟୋଗ୍ରାଫିର ବ୍ୟବସ୍ଥା ରହିବ। ଏହାସହିତ ସମସ୍ଥ ସେକ୍ଟର ଅଫିସରଙ୍କ ଗାଡିକୁ ଜିପିଏସ ଟ୍ରାକିଂ କରାଯିବ।

Comment