ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ


ଆସିକା ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଭୋଟ ଦେଇଛନ୍ତି। ବୁଥକୁ ଆସି ସେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ପ୍ରମିଳା ଭୋଟ ଦେଇସାରିବା ପରେ ଅଙ୍ଗୁଳିରେ ଲାଗିଥିବା କାଳିକୁ ଗଣାମାଧ୍ୟମକୁ ଦେଖାଇଥିଲେ।

ଆସିକା ଲୋକସଭାରେ ଏଥର ବିଗ ଫାଇଟ ଦେଖିବାକୁ ମିଳିବ। ବିଜେପି ଅନୀତା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ସିପିଆଇ କଂଗ୍ରେସ ସମର୍ଥକ ନେତା ରାମକୃଷ୍ଣ ପଣ୍ଡା ଏମାନଙ୍କୁ ଟକ୍କର ଦେଉଛନ୍ତି।

ବିଜେଡି ସଭାପତି ପ୍ରମିଳାଙ୍କୁ ମଇଦାନକୁ ପଠାଇ ରିକ୍ସ ନେଇଛନ୍ତି ଅନ୍ୟପଟେ ନବୀନ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ପଠାଇବା କଥା ବି ରଖିଛନ୍ତି। ତେବେ ଦେଖିବାର କଥା ଜନତା ଜନାର୍ଦ୍ଦନ କାହାକୁ ଭରସୁଛନ୍ତି ଓ କାହା ସପକ୍ଷରେ ଜନାଦେଶ ଯାଉଛି।

Comment