ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଆଜି ସାରାଦେଶରେ ୯୫ଟି ଆସନରେ ଭୋଟ ଗ୍ରହଣ ହେଉଛିା ଏହି ପର୍ଯ୍ୟାୟରେ ମତଦାନରେ ଜାଲିଆତି ଭୋଟ ହୋଇଥିବା ଖବର ସାମ୍ନାକୁ ଆସିଛିା ଉତ୍ତରପ୍ରଦେଶର ଅମରୋହାରେ ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଉଥିଲାବେଳେ ଧରା ପଡ଼ିଛନ୍ତିା

ଏହି ନକଲି ଭୋଟରଙ୍କୁ ଅମରୋହା ପୋଲିସ ଗିରଫ କରିଥିବା ଅମରୋହା ଲୋକସଭା ବିଜେପି ପ୍ରାର୍ଥୀ ତଥା ସାଂସଦ କୁଅଁର ସିଂହ ତୱର ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା

ସାଂସଦଙ୍କ କହିବା ଅନୁସାରେ ଅମରୋହ ଆସନରେ ପାଖାପାଖି ୧୦୦ଟି ବୁଥ୍ ରହିଛି। ଯେଉଁଠି ବିଜେପିର ପୋଲିଂ ଏଜେଣ୍ଟ ନ ଥିବା ସେ କହିଛନ୍ତିା ଏହାର ଫାଇଦା ନେଇ ଏଠାରେ ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଉଥିବା ସେ ଅଭିଯୋଗ କରିଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବି ଏଭଳି ଘଟଣା ସାମ୍ନାକୁ ଆସିଥିଲା। ୟପିର ମୁଜାଫରନଗର ଏଭଳି ଢ଼ଙ୍ଗେର ଭୋଟ ହୋଇଥିବା ଖବର ଆସିଥିଲା। ବିଜେପି ନେତା ସଞ୍ଜୀବ ବଲିୟାନ ଏହି ଅଭିଯୋଗ କରିଥିଲୋ

Comment