ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦ୍ୱିତୀୟ ପର୍ଯ୍ୟାୟ ଲାଗି ଚାଲିଛି ମତଦାନ। ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଜି ମତଦାନ ହେଉଛି। ୯୫ ଲୋକସଭା ଆସନ ଲାଗି ମଇଦାନରେ ଅଛନ୍ତି ୧୬୦୦ରୁ ଅଧିକ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଜନତା। ଏହି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରତି ଭୋଟରକୁ ନିଜର ମତ ସାବ୍ୟସ୍ତ କରିବାକୁ ଅପିଲ କରିଛନ୍ତି। ଏହାସହ ମୋଦି ଯୁବ ଓ ପ୍ରଥମଥର ଭୋଟ୍ ଦେଉଥିବା ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ କରିଛନ୍ତି।

ମୋଦି ଏନେଇ ଟୁଇଟ କରିଛନ୍ତି। ସେ ଟୁଇଟ କରିଛନ୍ତି, ‘‘ଲୋକସଭା ନିର୍ବାଚନ ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି। ଆଜି ଯେଉଁଠି ମତଦାନ ହେଉଛି, ସେଠି ମତଦାତାମାନେ ନିଜ ମତ ସାବ୍ୟସ୍ତ କରି ଆମ ଗଣତନ୍ତ୍ରକୁ ମଜବୁତ କରନ୍ତୁ। ସବୁ ଭୋଟର ଗଣତନ୍ତ୍ରର ଏହି ମହାଯୁଦ୍ଧରେ ସାମିଲ ହୋଇ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦିଅନ୍ତୁ।“

ଏଥରର ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ପାଖାପାଖି ୯୦ କୋଟି ଯାହା ୨୦୧୪ ଅନୁସାରେ ୮୧.୪୫ପ୍ରତିଶତ ଅଧିକ ଅଟେ। ଏଥିରେ ୧.୫୦ପ୍ରତିଶତ ଭୋଟର ପ୍ରଥମ ଥର ଭୋଟ ଦେବେ।

ନିର୍ବାଚନ ଲାଗି ପୂରା ଦେଶରେ ପାଖାପାଖି ୧୦ଲକ୍ଷ ମତଦାନ କେନ୍ଦ୍ର ହେବ ଯାହା ୨୦୧୪ ଅନୁସାରେ ଏକ ଲକ୍ଷ ଅଧିକ।

Comment