ଓଡ଼ିଶାଲାଇଭ୍ ବ୍ୟୁରୋ

ତାଳଚେରରେ ହାତୀ ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ହୋଇଛି। ୨ଟି ଗାଁରେ ପସି ହାତୀ ଆକ୍ରମଣ କରିଥିବା ସୂଚନା ମିଳିଛି।

ଷଣ୍ଢ ଗାଁର ୪ଜଣ ଓ ସନ୍ଥପଡ଼ା ଗାଁରେ ଜଣଙ୍କୁ ଦଳି ମାରିଦେଇଛି ହାତୀ। ମୃତକଙ୍କ ମଧ୍ୟରେ ଜଣେ ମହିଳା, ୨ଜଣ ଝିଅ, ଜଣେ ବୃଦ୍ଧା ଓ ଜଣେ ଯୁବକ ଥିଲେ।

ଗତକାଲି ରାତିରେ ବାରଣ୍ଡାରେ ଶୋଇଥିବା ବେଳେ ଯୁବକଙ୍କୁ ଆକ୍ରମଣ କରିଛି ହାତୀ। ଏହାପରେ ପାଖ ଗାଁ ସନ୍ଥପଡ଼ା ଗାଁରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଛି ହାତୀ।

ଷଣ୍ଡଗାଁରେ ଯେଉଁ ୪ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାର ବୋଲି କୁହାଯାଉଛି। ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚିଥିଲା, ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ଦିଆଯାଇଛି।

Comment