ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନେତ୍ରୀ ମଲାଇକା ଓ ଅରବାଜ ଖାନଙ୍କ ନାଁ ବଲିଉଡର ଚର୍ଚ୍ଚିତ କପଲଙ୍କ ମଧ୍ୟରେ ଆସିଥାଏ। ମାତ୍ର ୧୮ ବର୍ଷ ପରେ ଏମାନେ ପରସ୍ପରଠୁ ଅଲଗା ହୋଇଥିଲେ।

ଅଲଗା ହେବାପରେ ଅନେକ ସମୟରେ ମଲାଇକା ସେମାନଙ୍କ ବିବାହ ବିଛେଦକୁ ନେଇ ମୁହଁ ଖୋଲିଛନ୍ତି କିନ୍ତୁ ଅରବାଜ ଏ ବାବଦରେ କେବେ ବି ପ୍ରତିକ୍ରିୟା ଦିଅନ୍ତି ନାହିଁ। ନିକଟରେ ଏକ ସାକ୍ଷାତକାରରେ ଅରବାଜ ନିଜ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

ଅରବାଜ ମନଖୋଲି ସୋ ଆଙ୍କରଙ୍କ ସହ କଥା ହୋଇଛନ୍ତି। ମଲାଇକାଙ୍କ ବାବଦରେ କଥା ହେଉଥିବା ବେଳେ ଅରବାଜ କହିଛନ୍ତି, “ସବୁକିଛି ଠିକ୍ ଚାଲିଥିଲା ତଥାପି ସମ୍ପର୍କ ଭାଙ୍ଗିଗଲା। ଯଦି କିଛି ଭୂଲ ନାହିଁ ତେବେ ଏଇଆ ଠିକ କି ଦୁଇଜଣ ଲୋକ ନିଜ ଜୀବନକୁ ନିଜେ ଚଲାଇବା ଦରକାର।”

ଏହା ସହିତ ଯେତେବେଳେ ଆଙ୍କର ପଚାରିଥିଲେ କି କ’ଣ ଏହି ଘଟଣା ପରେ ଆପଣ ଲୋକଙ୍କୁ ବିବାହ କରିବା ପାଇଁ କହିବେ? “ହଁ ମୁ ନିଶ୍ଚିତ ଭାବେ ବିବାହ କରିବା ଲାଗି କହିବି। ବିବାହ ପରମ୍ପରା ଆଜିର ନୁହଁ ଏହା ବହୁ ପୁରୁଣା। ଯେତେ ପର୍ଯ୍ୟନ୍ତ କିଛି ଠିକ ହେଉନାହିଁ, ସେତେବେଳେ ଆମ ତରଫରୁ ସବୁ ଠିକ କରିବା ଯାଏଁ ଚେଷ୍ଟା କରିବା ଦରକାର।” ଏପରି କହିଥିଲେ ଅରବାଜ।

LEAVE A REPLY

Please enter your comment!
Please enter your name here