ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଚୁଲବୁଲି ନାୟିକା ପରିନୀତି ଚୋପ୍ରା ଏବଂ ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କ ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ପରିନୀତି ଏବଂ ରାଘବଙ୍କୁ ଦୁଇ ଦୁଇ ଥର ଏକାଠି ଡିନର କରୁଥିବା ଦେଖିବା ପରେ ସେମାନଙ୍କ ରିଲେସନସିପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ପରିନୀତି ଏବଂ ରାଘବଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ନିକଟରେ ପରିନୀତି ଡିଜାଇନର ମନୀଷ ମଲହୋତ୍ରାଙ୍କ ଘରକୁ ଯାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଉଭୟ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା କୁହାଯାଉଛି। କିନ୍ତୁ ଉଭୟଙ୍କ ପକ୍ଷରୁ ଏହି ଚର୍ଚ୍ଚାକୁ ନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।

ବିଭିନ୍ନ ଗଣମାଧ୍ୟମର ଖବର ଅନୁସାରେ ପରିନୀତି ଏବଂ ରାଘବଙ୍କ ସମ୍ପର୍କ ବିଷୟରେ ଉଭୟଙ୍କ ପରିବାର ଲୋକ ଜାଣିଛନ୍ତି। ଶୀଘ୍ର ଦୁହେଁ ନିର୍ବନ୍ଧଙ୍କ କରିବେ ଏବଂ ବିବାହ କରିବେ ବୋଲି କୁହାଯାଉଛି। ନିର୍ବନ୍ଧ ଏବଂ ବିବାହ ପାଇଁ ଡ୍ରେସ ଡିଜାଇନ ଫାଇନାଲ କରିବାକୁ ମନୀଷ ମଲହୋତ୍ରାଙ୍କ ପାଖକୁ ପରିନୀତି ଯାଇଥିବା ଶୁଣିବାକୁ ମିଳିଛି।

Tags: #ActressPolitician #ParineetiChopra #RaghavChadda #Relation #Gossip #Marriage

Comment