ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମରାଥନ ପ୍ରଚାର କରୁଛନ୍ତି। ରଣପୁରେ ଆଜି ନବୀନ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି।

ଜୟ ଜଗନ୍ନାଥ ଧ୍ୱନିରୁ ନବୀନ ନିଜ ଭାଷଣ ଆରମ୍ଭ କରିଥିଲେ। ଏଠାରେ ବି ନବୀନ କେନ୍ଦ୍ରୀୟ ଅବବେଳା ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି।

ନବୀନ କହିଛନ୍ତି ଯେତେବେଳେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ(ବନ୍ୟା, ବାତ୍ୟା)ର ସାମ୍ନା କରେ ସେତେବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳିନଥାଏ। ମାତ୍ର ଯେତେବେଳେ ନିର୍ବାଚନ ଆସେ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ ହୋଇଥାଏ।

ଏହାସହିତ ନବୀନ କହିଛନ୍ତି ସାଢେ ଚାରି କୋଟି ଓଡ଼ିଆ ହେଉଛନ୍ତି ମୋ ପରିବାର। ବିଜୁ ଜନତା ଦଳ ସରକାରକୁ ଆସିଲେ ପ୍ରଥମ ଦିନରେ ହିଁ ଲୋକଙ୍କୁ କାଳିଆ ଯୋଜନାର ଟଙ୍କା ମିଳିବ।

Comment