ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋnaveen

ଆଜି ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। ହେଲିକପ୍ଟରରେ ରଣପୁରରେ ପହଞ୍ଚିବେ ନବୀନ। ତା’ପରେ ସେଠାରୁ ବିଭିନ୍ନ ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ ନବୀନ।

ଚିଲିକା ବାଣପୁରରେ ମଧ୍ୟ ନିର୍ବାଚନୀ ପ୍ରଚାର କରିବେ ବିଜେଡି ସଭାପତି। ଏହାପରେ ଅପରାହ୍ନର ସାତପଡ଼ାରୁ ପୁରୀ, ପୁରୀରୁ ଭୁବନେଶ୍ଵର ଯାଏଁ ରୋଡ ସୋ କରିବେ ନବୀନ।

ପୁରୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସରେ ବିଶ୍ରାମ ନେବେ ତାପରେ ସେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କୁ ଦର୍ଶନ ପରେ ପୁରୀରେ ରୋଡ ସୋ କରିବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ନେଇ ଶୁଭେଛୁ,ପ୍ରଶଂସକ ଓ ପ୍ରାର୍ଥୀ ଉତ୍ସାହିତ ଅଛନ୍ତି।

Comment